ମେରଠ-କଶ୍ମୀରରେ ମୃଦୁ ଭୂକମ୍ପ ଅନୁଭୂତ

ନୂଆଦିଲ୍ଲୀ, ଅଗଷ୍ଟ ୧୯ : ଗୁରୁବାର ସକାଳୁ ମେରଠ ଏବଂ କଶ୍ମୀରରେ ମୃଦୁ ଭୂକମ୍ପ ଅନୁଭୂତ ହୋଇଛି । କିନ୍ତୁ ଖୁସିର କଥା ଯେ, ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ କୌଣସି ଧନ ଜୀବନ କ୍ଷତି ହୋଇନାହିଁ ।  ଭୂକମ୍ପ ସଂପର୍କରେ ନ୍ୟାସନାଲ ସେଣ୍ଟର ଫର ସିସମୋଲୋଜୀ ଅନୁସାରେ ଜମ୍ମୁ କଶ୍ମୀରର କଟରା ଏବଂ ଉତ୍ତର ପ୍ରଦେଶର ମେରଠରେ ଆଜି ଭୋର ସକାଳୁ ଭୂକମ୍ପ ଅନୁଭୂତ ହୋଇଥିଲା । କଟରାରେ ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୩.୬ ଥିଲା । ସେହିପରି ମେରଠରେ ଏହା ୨.୭ ରେକର୍ଡ କରାଯାଇଥିଲା ।  ନ୍ୟାସନାଲ ସେଣ୍ଟର ଫର ସିସମୋଲୋଜୀ ଅନୁସାରେ, କଟରାରେ ସକାଳ ୫ଟା ୮ ମିନିଟରେ ଭୂକମ୍ପ ଆସିଥିଲା । ଏହାର ଗଭୀରତା ୫ କିମିରେ ଥିଲା । ମେରଠରେ ସକାଳ ୭ଟା ୩ ମିନିଟରେ ଭୂକମ୍ପ ହୋଇଥିଲା । ଏହାର ଗଭୀରତା ଭୂପୃଷ୍ଠର ୧୦ କିମି ଭିତରେ ଥିଲା । 

Leave A Reply

Your email address will not be published.