ଉତ୍ତରପ୍ରଦେଶ: ଗ୍ରେଟର ନୋଏଡାରେ ବିଷାକ୍ତ ମଦ ପିଇ ୩ ମୃତ

ଗ୍ରେଟର ନୋଏଡା, ଅଗଷ୍ଟ ୧୯ : ଉତ୍ତର ପ୍ରଦେଶର ଆଲିଗଡ଼ରେ ବିଷାକ୍ତ ମଦ ମୃତ୍ୟୁ ମାମଲା ଥଣ୍ଡା ପଡ଼ିନାହିଁ । ସେଠାରେ ୧୨ରୁ ଊର୍ଦ୍ଧ୍ୱ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ଏବେ ଗ୍ରେଟର ନୋଏଡାରେ ସମାନ ପ୍ରକାରର ଘଟଣା ସାମ୍ନାକୁ ଆସିଛି । ବିଷାକ୍ତ ମଦ ପିଇ ୩ ଜଣଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁ ପରେ ମୃତକଙ୍କ ପରିବାରରେ ଶୋକାର ଛାୟା ଖେଳିଯାଇଛି ।  ବିଷାକ୍ତ ମଦ ପିଇବା ପରେ ସେମାନଙ୍କର ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରେ ଲାଗିଲା । ସେମାନଙ୍କୁ ଜେବରସ୍ଥିତ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପୂର୍ବରୁ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ବେଳେ ପରେ ଅନ୍ୟ ୨ ଜଣଙ୍କର ମୃତ୍ୟୁ ହୋଇଥିଲା । ତିନି ଜଣ ସୋମବାର ସକାଳୁ ନିଜ ନିଜ କାମରେ ବାହାରିଥିଲେ । ଘରକୁ ଫେରିବା ପୂର୍ବରୁ ଅଜାଣତରେ ବିଷାକ୍ତ ମଦ ପିଇ ଦେଇଥିଲେ । ସନ୍ଧ୍ୟାରେ ସେମାନଙ୍କର ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରେ ଲାଗିଲା । ଫଳରେ ପରିବାର ଲୋକେ ତିନି ଜଣଙ୍କୁ ସରକାରୀ ହସ୍ପିଟାଲରେ ଭର୍ତ୍ତି କରିଥିଲେ । 

Leave A Reply

Your email address will not be published.