ସେପ୍ଟେମ୍ବର ପହିଲାରେ ଖୋଲିବ ଲିଙ୍ଗରାଜଙ୍କ ମନ୍ଦିର

ଭୁବନେଶ୍ବର, ଅଗଷ୍ଟ ୧୯ : କରୋନା କଟକଣା ମଧ୍ୟରେ ସେପ୍ଟେମ୍ବର ପହିଲାରେ ଖୋଲିବ ଲିଙ୍ଗରାଜଙ୍କ ମନ୍ଦିର । ବିଏମସିର କୋଭିଡ ଗାଇଡଲାଇନ୍ ଅନୁସାରେ ଲିଙ୍ଗରାଜ ମନ୍ଦିର ଖୋଲିବାକୁ ନିଷ୍ପତ୍ତ ନିଆଯାଇଛି ।  ମହାପ୍ରଭୁଙ୍କର ଶତାଧିକ ବର୍ଷର ପୁରୁଣା ବିମାନ ଓ ପାଲିଙ୍କି ନୂଆ ତିଆରି କରିବା ପାଇଁ ଟ୍ରଷ୍ଟ ବୋର୍ଡ ନିଷ୍ପତ୍ତି ନେଇଛି । ମହାପ୍ରଭୁ,ଶ୍ରୀ ଚନ୍ଦ୍ରଶେଖର, ମା ଭୁବନେଶ୍ବରୀ, ମା ପାର୍ବତୀଙ୍କ ରୂପାର ପ୍ରଭା, ନୂଆ ବିମାନ ଓ ନୂଆ ପାଲିଙ୍କି ତିଆରି ହେବ । ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଶ୍ରୀ ଚନ୍ଦ୍ରଶେଖର, ମା ଭୁବନେଶ୍ବରୀ, ମା ପାର୍ବତୀଙ୍କ ପାଇଁ ତିନିଟି ରୂପାର ପ୍ରଭା ତିଆରି କରିବା ପାଇଁ ନିଷ୍ପତ୍ତି ହୋଇଛି ।  ସେହିପରି ଏହି ପାଲିଙ୍କି ଓ ବିମାନ ନିର୍ମାଣ କରିବାର ସମସ୍ତ ଖର୍ଚ୍ଚ ବହନ କରିବା ପାଇଁ ସୋଆ ବିଶ୍ବ ବିଦ୍ୟାଳୟ ଦେଇଥିବା ପ୍ରସ୍ତାବକୁ ଟ୍ରଷ୍ଟ ବୋର୍ଡ ଗ୍ରହଣ କରିଛି । 

Leave A Reply

Your email address will not be published.