ଅବଧି ଶେଷ ପରେ ବି ଆଫଗାନିସ୍ତାନରେ ରହିବ ଆମେରିକୀୟ ସେନା

ୱାଶିଂଟନ, ଅଗଷ୍ଟ ୧୯ : ଅଗଷ୍ଟରେ ଶେଷ ହେବାକୁ ଥିବା ଅବଧୀ ପରେ ବି ଆଫଗାନିସ୍ତାନରେ ଆମେରିକୀୟ ସେନା ମୁତୟନ ହୋଇପାରନ୍ତି । ବୁଧବାର ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି, ଆମେ ଆଫଗାନିସ୍ତାନରୁ ସମସ୍‌ତ ଆମେରିକୀୟଙ୍କୁ ସୁରକ୍ଷିତ ଭାବରେ ଫେରାଇ ଆଣିବ । ସେ କହିଛନ୍ତି ଯେ, ଯଦି ଅଗଷ୍ଟ ୩୧ ତାରିଖରେ ଅବଧି ଶେଷ ହେବା ପରେ ମଧ୍ୟ ସେଠାରେ ରଖିବାକୁ ପଡ଼େ, ତାହଲେ ଏହି କାମ କରାଯିବ ।  ଏକ ଗଣମାଧ୍ୟମକୁ ସାକ୍ଷାତକାରରେ ବାଇଡେନ କହିଛନ୍ତି ଯେ, ଆମେରିକୀୟ ଏବଂ ଆଫଗାନୀ ବନ୍ଧୁଙ୍କୁ ଆଫଗାନୀସ୍ଥାନରୁ ସୁରକ୍ଷିତ ଭାବରେ ଆଣିବା ପାଇଁ ଯେଉଁ ଶକ୍ତି ଦରକାର ପଡ଼ିବ, ତାହା ବ୍ୟବହାର କରାଯିବ । ଆଫଗାନିସ୍ତାନରେ ଯେତେଦିନ ଯାଏଁ ଆମେରିକୀୟ ଥିବେ, ସେତେଦିନ ଯାଏଁ ସେନାକୁ ମୁତୟନ କରାଯିବ । ଯେତେଦିନ ଯାଏଁ ପ୍ରତ୍ୟେକ ଆମେରିକୀୟ ଏଠାକୁ ଆସି ନଥିବେ, ସେତେଦିନ ପର୍ଯ୍ୟନ୍ତ ସେନା ସେଠାରେ ମୁତୟନ ରହିବ ।   

Leave A Reply

Your email address will not be published.