ଭାରତକୁ ଡରାଉଛି ତାଲିବାନ

ନୁଆଦିଲ୍ଲୀ, ଅଗଷ୍ଟ ୨୧ : କାବୁଲ ଏୟାପୋର୍ଟ ନିକଟରୁ ୧୫୦ ଜଣଙ୍କୁ ଅପହରଣ କରିନେଲା ତାଲିବାନ । ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ତାଲିବାନ ଆଫଗାନ ଦଖଲ ପରେ ମାନବିକ ସଙ୍କଟ ମଧ୍ୟରେ ଆଫଗାନିସ୍ତାନ ଛାଡିବାକୁ କାବୁଲ ବିମାନବନ୍ଦର ଅଭିମୁଖେ ଯାଉଥିବା ବେଳେ ତାଲିବାନ ସଂଗ୍ରାମୀମାନେ ପ୍ରାୟ ୧୫୦ ଜଣଙ୍କୁ ଅପହରଣ କରିଛନ୍ତି । ତେବେ ଏମାନଙ୍କ ମଧ୍ୟରୁ ଅଧିକାଂଶ ଭାରତୀୟ ଥିବା ସୂଚନା ମିଳିଛି । ତେବେ ତାଲିବାନର ମୁଖପାତ୍ର ଅହମ୍ମଦୁଲ୍ଲା ୱାସେକ ଏହି ଅପହରଣ କରିଥିବା ଖବରକୁ ଅସ୍ୱୀକାର କରିଛନ୍ତି। ଏହି ଘଟଣା ପରେ ସୂଚନା ମିଳିଛୀ ଯେ ତାଲିବାନ ମାନେ ଅଟକ ରଖିଥିବା ଲୋକ ମାନଙ୍କର ପାସପୋର୍ଟ ଆଦି ତଲାସି କରିବା ପରେ ସେମାନଙ୍କୁ କାବୁଲ ବିମାନ ବନ୍ଦର ଅଭିମୁଖେ ଛାଡି ଦେଇଛନ୍ତି ।

Leave A Reply

Your email address will not be published.