ଗଞ୍ଜାମ ଜିଲ୍ଲାରେ ଭର୍ଚୁଆଲ୍ ମୋଡରେ ୧୦ ଟି ସ୍ମାର୍ଟ ସ୍କୁଲର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ଅଗଷ୍ଟ ୨୧ : ଛାତ୍ରଛାତ୍ରୀଙ୍କ ଉଜ୍ଜଳ ଭବିଷ୍ୟତ ପାଇଁ ସ୍ମାର୍ଟ ସିଟି ବ୍ୟବସ୍ଥା ଆରମ୍ଭ ହୋଇଛି । ଯାହାଫଳରେ ପ୍ରତି ଜିଲ୍ଲାରେ ସ୍ମାର୍ଟ ସିଟି ସ୍କୁଲ ପ୍ରତିଷ୍ଠା ହେଉଛି ତେବେ ଏହାରି ଭିତରେ ଆଜି ଗଞ୍ଜାମ ଜିଲ୍ଲାର ଶେରଗଡ଼ ଓ ହିଞ୍ଜିଳି ବ୍ଲକରେ ୫ଟି ଲେଖାଏ ସ୍ମାର୍ଟ ସ୍କୁଲରେ ଭର୍ଚୁଆଲ୍ ମୋଡରେ ଲୋକାର୍ପଣ କରିବେ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରତି ହାଇସ୍କୁଲର ନିର୍ମାଣ କରାଯାଇଛି ୨-୩ଟି ସ୍କାର୍ଟ କ୍ଲାସରୁମ୍ । ଅନ୍‌ଲାଇନ୍ ପାଠପଢ଼ା ଅଧିକ ସୁବିଧାଜନକ ହେବ ଯେଉଁଠି ପିଲାଏ ମଧୁ ଆପ୍, ଦୀକ୍ଷା ଆପ୍, ଶିକ୍ଷା ଦର୍ପଣ ଆଦି ବ୍ୟବହାର କରି ଯୁଗପଯୋଗୀ ଜ୍ଞାନକୌଶଳ ହାତ ପାଆନ୍ତାରେ ପାଇପାରିବେ ।  ଅତ୍ୟାଧୁନିକ କ୍ଲାସ୍‌ରୁମ୍ ସହ ଇ-ଲାଇବ୍ରେରୀ, ଇ-ଲାବ୍ରୋଟୋରୀ, ଅତ୍ୟାଧୁନିକ ଶୌଚାଳୟ, ପାନୀୟ ଜଳ ବ୍ୟବସ୍ଥା ଓ ଖେଳପଡ଼ିଆ ସହିତ ଚାରାରୋପଣ କରାଯାଇଛି ।  କ୍ୟାମ୍ପସର ନକ୍ସା ପରିବର୍ତ୍ତିତ ହୋଇଚାଲିଛି ସ୍ମାର୍ଟ ସ୍କୁଲ ରୂପାନ୍ତରୀକରଣ ବାବଦରେ ପ୍ରତି ହାଇସ୍କୁଲକୁ ସିଏସ୍‌ଆର୍ ପାଣ୍ଠିରୁ ୧୫ ଲକ୍ଷ ଓ ମୋ ସ୍କୁଲ ପାଣ୍ଠିରୁ ୩୦ ଲକ୍ଷ ଲେଖାଏ ଟଙ୍କା ମଞ୍ଜୁର ହୋଇଥିଲା । ଏଥିସହ ପଞ୍ଚାୟତ ଓ ବ୍ଲକ୍ ପାଣ୍ଠି ବିନିଯୋଗ ହୋଇଛି ।

Leave A Reply

Your email address will not be published.