ଆମେରିକାରେ ପୁଣି ଲକ୍ଷାଧିକ ଲୋକ କରୋନା ପଜିଟିଭ ଚିହ୍ନଟ

ୱାଶିଂଟନ, ଅଗଷ୍ଟ ୨୧ : ଆମେରିକାରେ ପୁଣି ଥରେ ଲକ୍ଷାଧିକ ଲୋକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ବିଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧ ଲକ୍ଷ ୪୭ ହଜାର ୨୦୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୪୩ ହଜାର ୯୦୦ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କିନ୍ତୁ ୧ ହଜାର ୫୯ ଜଣଙ୍କର ମୃତ୍ୟୁ ହୋଇଛି ।  ଆମେରିକାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ କୋଟି ୮୩ ଲକ୍ଷ ୮୪ ହଜାର ୩୪୬କୁ ବୃଦ୍ଧି ପାଇଛି । ଦେଶରେ ୬ ଲକ୍ଷ ୪୪ ହଜାର ୨୮୧ ଜଣଙ୍କର ମୃତ୍ୟୁ ହୋଇଛି । ମୋଟ ୩ କୋଟି ୪ ଲକ୍ଷ ୩୪ ହଜାର ୫୬୯ ଲୋକ ସୁସ୍ଥ ହୋଇଥିବା ବେଳେ ୭୩ ଲକ୍ଷ ୫ ହଜାର ୪୯୬ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ଏଥିରୁ ୨୧ ହଜାର ୪୯୨ ଜଣ ଗୁରୁତର ଅଛନ୍ତି । ବିଶ୍ୱରେ ଆଜି ପର୍ଯ୍ୟନ୍ତ ୨୧ କୋଟି ୧୪ ଲକ୍ଷ ୮୬ ହଜାର ୪୧୪ ଜଣ ଲୋକ କରୋନା ଭାଇରସରେ ସଂକ୍ରମିତ ହୋଇସାରିଥିବା ବେଳେ ୪୪ ଲକ୍ଷ ୨୬ ହଜାର ୪୨୭ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । କରୋନା ଭାଇରସ କବଳରେ ପଡ଼ିଥିବା ୧୮ କୋଟି ୯୨ ଲକ୍ଷ ୪୮ ହଜାର ୯୦୫ ଜଣ ସୁସ୍ଥ ହୋଇଥିବା ବେଳେ ୧ କୋଟି ୭୮ ଲକ୍ଷ ୧୧ ହଜାର ୨୨ ଜଣ ଲୋକ ସକ୍ରିୟ ଅଛନ୍ତି । ଏବେ ବିଶ୍ୱବ୍ୟାପୀ ଏକ ଲକ୍ଷ ୯ ହଜାର ୯ ଜଣ ରୋଗୀଙ୍କ ଅବସ୍ଥା ଗୁରୁତର ଅଛି ।

Leave A Reply

Your email address will not be published.