୩ ଜଣ ଛାତ୍ର କରୋନା ପଜିଟିଭ୍ ବାହାରିବା ପରେ ବନ୍ଦ ହେଲା ଘରୋଇ କଲେଜ

ଭୁବନେଶ୍ୱର, ଅଗଷ୍ଟ ୨୧ : କରୋନା ସଂକ୍ରମଣ ବଢିବା ପରେ ଦୀର୍ଘଦିନ ଧରି ବନ୍ଦ ପଡ଼ିଥିବା କଲେଜ ଏବେ ଧିରେ ଧିରେ ଖୋଲିବାରେ ଲାଗିଛି । ଏହାରି ଭିତରେ କଟକ ଲିଙ୍କ୍ ରୋଡରେ ଥିବା ଘରୋଇ କଲେଜ୍ ଶକ୍ତି ଜୁନିଅର ରେସିଡେନ୍ସିଆଲ୍ କୁ ୨୦ ଦିନ ପର୍ଯ୍ୟନ୍ତ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। କାରଣ ଏଠାରେ ୩ ଜଣ ଛାତ୍ରଛାତ୍ରୀ କରୋନା ପଜିଟିଭ ଚିହ୍ନଟ ହେବା ପରେ କଟକ ମ୍ୟୁନିସିପାଲିଟି କର୍ପୋରେସନ୍ ଦ୍ୱାରା କଲେଜକୁ ବନ୍ଦ କରିବାକୁ ନିର୍ଦ୍ଦେଶ ହୋଇଛି।  ଏହି ତିନି ଜଣ ଛାତ୍ରଙ୍କ ମଧ୍ୟରେ କଟକ ସହରର ହୋଇଥିବା ବେଳେ ଅନ୍ୟ ୨ ଜଣ ମାହାଙ୍ଗା ଅଞ୍ଚଳର ବୋଲି ଜଣାପଡ଼ିଛି। ତିନିଜଣଙ୍କୁ ଘର ପୃଥକ୍ ଭାବେ ରଖାଯାଇଛି। ସିଟି ସ୍ୱାସ୍ଥ୍ୟ ଅଧିକାରୀଙ୍କ କହିବାନୁସାରେ, ଉକ୍ତ ଛାତ୍ରଛାତ୍ରୀମାନଙ୍କ ସଂସ୍ପର୍ଶରେ ଆସିଥିବା ଛାତ୍ରଛାତ୍ରୀ ଓ କଲେଜ କର୍ମଚାରୀଙ୍କ କରୋନା ଟେଷ୍ଟ୍ କରାଯାଇଛି ବୋଲି ଜଣାପଡ଼ିଛି।

Leave A Reply

Your email address will not be published.