ଫାର୍ମହାଉସ୍ ପୋଖରୀରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ଘଟଣା: ଡାୟଟମ୍ ଟେଷ୍ଟ ପାଇଁ ପଠାଇଲା ପୋଲିସ

ଭୁବନେଶ୍ୱର, ଅଗଷ୍ଟ ୨୧: ନନ୍ଦନକାନନ ଥାନା ନିକଟ ରଘୁନାଥପୁର ଗାଁରେ ଥିବା ଷଡଙ୍ଗୀ ଫାର୍ମହାଉସ୍ ପୋଖରୀରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ଘଟଣା । ଘଟଣାରେ ଛାତ୍ରୀଙ୍କ ଡାୟଟମ୍ ଟେଷ୍ଟ ପାଇଁ ଫରେନସିକ୍ ଲାବକୁ ନନ୍ଦନକାନନ ପୋଲିସ ନମୁନା ପଠାଇଲା । ଛାତ୍ରୀ ଜଣକ ସେହି ପାଣିରେ ବୁଡି ମୃତ୍ୟୁବରଣ କରିଛନ୍ତି କିମ୍ବା ଅନ୍ୟ କେଉଁ ସ୍ଥାନରେ ତାହା ସ୍ପଷ୍ଟ ହୋଇନାହିଁ । ପୋଲିସ ସିସିଟିଭି ଯାଞ୍ଚ କରିବା ସହିତ ତଦନ୍ତ ଚଳାଇଛି ।  ତେବେ ଫାର୍ମ ହାଉସରେ ଝିଅର ମୃତଦେହ ଉଦ୍ଧାର ଘଟଣାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ପରିବାର ଲୋକ । ଏନେଇ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି । ସେପଟେ ଛାତ୍ରୀ ଜଣକ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି ସେନେଇ ପୋଲିସ ବି ଟେର୍ ପାଉନି ।  ସୂଚନା ଅନୁସାରେ, ଛାତ୍ରୀ ଜଣକ ଘର ହେଉଛି ନୟାଗଡରେ । ସେ ପରିବାର ଲୋକଙ୍କ ସହ ରଘୁନାଥପୁର ଗାଁରେ ଭଡା ଘରେ ରହୁଥିଲେ । ବିଳମ୍ବିତ ରାତିରେ ଶୋଇଥିବା ବେଳେ ସେ ନିଖୋଜ ହୋଇଯାଇଥିଲେ । ଘର ଲୋକେ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ପାଇନଥିଲେ । ପର ଦିନ ସକାଳେ ନିକଟସ୍ଥ ଫାର୍ମହାଉସରେ ଛାତ୍ରୀଙ୍କ ଶବ ଭାସୁଥିବା ଦେଖିବାକୁ ମିଳିଥିଲା ।

Leave A Reply

Your email address will not be published.