ୱାର୍ଲ୍ଡ କଣ୍ଟେଣ୍ଡର ଟେବୁଲ୍ ଟେନିସ୍ ପ୍ରତିଯୋଗିତା ଜିତିଲେ ମନିକା- ସାଥିଆନ୍

ନୁଆଦିଲ୍ଲୀ, ଅଗଷ୍ଟ ୨୧ : ଅଲମ୍ପିକ୍ସରେ ବିଫଳ ହେବା ପରେ ବୁଦାପେଷ୍ଟରେ ଚାଲିଥିବା ୱାର୍ଲ୍ଡ କଣ୍ଟେଣ୍ଡର ଟେବୁଲ୍ ଟେନିସ୍ ପ୍ରତିଯୋଗିତାରେ ଭାରତର ଜି ସାଥିଆନ୍ ଏବଂ ମନିକା ବାତ୍ରା ମିଶ୍ରିତ ଡବଲ୍ସ ଟାଇଟଲ୍ ହାସଲ କରିଛନ୍ତି । ଏହି ମ୍ୟାଚ୍ ଜିତିବା ପାଇଁ ହଙ୍ଗେରିର ନନ୍ଦୋର ଏକସେକି ଏବଂ ଡୋରା ମାଦାରାଜଙ୍କୁ (୧୧-୯, ୯-୧୧, ୧୨-୧୦, ୧୧-୬)ରେ ପରାସ୍ତ କରିଛନ୍ତି ।  ମନିକା ଏବଂ ସାଥିଆନଙ୍କ ପାଇଁ ଏହା ଏକ ସ୍ମରଣୀୟ ବିଜୟ ଥିଲା । ତେବେ ପୁର୍ବରୁ ଉଭୟେ ୨୦୧୮ ରେ ଗୋଲ୍ଡ କୋଷ୍ଟ କମନୱେଲଥ ଗେମ୍ସରେ ମିଳିତ ପ୍ରତିଯୋଗିତା ଖେଳିଥିଲେ। ସେହି ବର୍ଷ ଜାକର୍ତ୍ତା ଏସିଆନ୍ ଗେମ୍ସରେ ଭେଟେରାନ ଶରତ କମଲଙ୍କ ସହ ସହ ମିଶି ମନିକା ଭାରତ ପାଇଁ ବ୍ରୋଞ୍ଜ ଜତିଥିଲେ। ନିକଟରେ ଶେଷ ହୋଇଥିବା ଟୋକିଓ ୨୦୨୦ ଅଲିମ୍ପିକ୍ ମଧ୍ୟ ଉଭୟ ଏକାଠି ଖେଳିଥିଲେ । ୨୦୨୪ ପ୍ୟାରିସ୍ ଅଲିମ୍ପିକ୍ ଗେମ୍ସ ଏବଂ ଆସନ୍ତା ବର୍ଷର ଏସୀୟ ଗେମ୍ସ ଏବଂ କମନୱେଲଥ୍ ଗେମ୍ସକୁ ଦୃଷ୍ଟିରେ ଉଭୟେ ପୁଣି ତିନି ବର୍ଷ ପରେ ପୁଣି ଏକାଠି ହୋଇଛନ୍

Leave A Reply

Your email address will not be published.