ଅଗଷ୍ଟ ୨୮ ସୁଦ୍ଧା ପ୍ରକାଶ ପାଇବ ଅଫ୍‌ଲାଇନ ମାଟ୍ରିକ ରେଜଲ୍ଟ

କଟକ, ଅଗଷ୍ଟ ୨୧: ଅଫଲାଇନ୍ ମାଟ୍ରିକ୍ ଫଳାଫଳ ଅଗଷ୍ଟ ୨୮ ତାରିଖ ମଧ୍ୟରେ ପ୍ରକାଶ ପାଇବ । ଏଥିପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ଜୋରଜାର ଉଦ୍ୟମ ଚଳାଇଛି । ଏଥି ମଧ୍ୟରେ ଉଭୟ ସବଜେକ୍ଟିଭ୍ ଓ ଅବଜେକ୍ଟିଭ୍ ଉତ୍ତରଫର୍ଦ୍ଦର ମୂଲ୍ୟାୟନ ସମ୍ପୂର୍ଣ୍ଣ ହୋଇଥିବା ବେଳେ ଏବେ ମାର୍କ ପ୍ରକ୍ରିୟାକରଣ ଚାଲିଛି ।  ମାଟ୍ରିକ ପରୀକ୍ଷାର୍ଥୀଙ୍କ ଗ୍ରେଡ୍ ସ୍ଥିର ହୋଇଥିବା ବେଳେ ଏ୧ ଓ ଏ୨ ଗ୍ରେଡ୍ ପାଇଥିବା ପିଲାଙ୍କ ମାର୍କକୁ ପୁଣି ଥରେ ଯାଞ୍ଚ କରାଯାଉଛି । ଆସନ୍ତା ୨୨ ତାରିଖ ମଧ୍ୟରେ ଏ୧ ପାଇଥିବା ପିଲାଙ୍କ ତାଲିକା ଚୂଡାନ୍ତ ହୋଇଯିବ । ସେହିପରି ଆସନ୍ତା ୨୮ ତାରିଖ ମଧ୍ୟରେ ଫଳ ପ୍ରକାଶ କରାଯିବ ବୋଲି ସୂଚନା ମିଳିଛି ।  ଅଫଲାଇନ ମାଟ୍ରିକ ପରୀକ୍ଷାରେ ଏଚଏସସି, ରାଜ୍ୟ ମୁକ୍ତବିଦ୍ୟାଳୟ ସାର୍ଟିଫିକେଟ୍ ଓ ମଧ୍ୟମାରେ ୧୫ ହଜାର ୧୫୧ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଥିଲେ । ଏଥିରୁ ମାଟ୍ରିକରେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀ ଓ ପତ୍ରବିନିମୟରେ ୬୫୯୭ ଜଣ, ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷାରେ ୮୪୯୩ ଜଣ ଏବଂ ମଧ୍ୟମା ପାଇଁ ୬୧ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଥିଲେ ।

Leave A Reply

Your email address will not be published.