ରାଜ୍ୟ ଉଚ୍ଚଶିକ୍ଷା ବିଭାଗର ଅଧୀକାରିଙ୍କ ସହିତ ସମିକ୍ଷା ବୈଠକ କଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର, ଅଗଷ୍ଟ ୨୦ : କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ଉଚ୍ଚଶିକ୍ଷା ବିଭାଗର ଅଧିକାରିଙ୍କ ସହିତ ବୈଠକ କରିଛନ୍ତି । କେନ୍ଦ୍ରଶିକ୍ଷା ମନ୍ତ୍ରୀ ଦାଇତ୍ୱ ନେବା ପରେ ଏହା ତାଙ୍କର ପ୍ରଥମ ସମିକ୍ଷା ବୈଠକ । ଏହି ବୈଠକରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ରୁଷା ଯୋଜନା ମାଧ୍ୟମରେ ମିଳିଥିବା ଭିଭିନ୍ନ ଅନୁଦାନ କିପରି ବିନିଯୋଗ ହୋଇଛି ତାହା ଉପରେ ଆଲୋଚନା ହୋଇଥିବା ସୂଚନା ମିଳିଛି । ତେବେ ଏହି ବୈଠକରେ ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ସଚୀବ ଆଦି ବରିଷ୍ଠ ଅଧୀକାରି ମାନେ ସାମିଲ ଥିଲେ । କେନ୍ଦ୍ର ମନ୍ତ୍ରୀ ପ୍ରଥମେ ଉଚ୍ଚଶିକ୍ଷା ବିଭାଗ ଏବଂ ପରେ ଗଣଶିକ୍ଷା ବିଭାଗର ସମିକ୍ଷା କରିବେ ବୋଲି ସୂଚନା ମିଳିଛି । ଏହା ପରେ ରାଜ୍ୟରେ କେନ୍ଦ୍ର‌୍ୟୀ ଶିକ୍ଷାନୁଷ୍ଠାନ ଗୁଡିକର ଭିଡିଉ କନଫରେନ୍ସି ଜରିଆରେ ସମିକ୍ଷା କରିବେ ।

Leave A Reply

Your email address will not be published.