ଆଉ ୮୫ ଭାରତୀୟଙ୍କୁ ନେଇ କାବୁଲରୁ ଉଡାଣ ଭରିଲା ଭାରତୀୟ ବାୟୁସେନାର ବିମାନ

ନୁଆଦିଲ୍ଲୀ, ଅଗଷ୍ଟ ୨୧ : ଭାରତୀୟ ବାୟୁସେନାର ସି-୧୩୦ଜେ ପରିବହନ ବିମାନ ମାଧ୍ୟମରେ କାବୁଲରୁ ୮୫ ଜଣ ଭାରତୀୟଙ୍କୁ ସ୍ଥାନାନ୍ତର କରିଛି ବୋଲି ଗଣମାଧ୍ୟମ ସଂସ୍ଥା ଏଏନଆଇ ପକ୍ଷରୁ ରିପୋର୍ଟ କରାଯାଇଛି । ଏହି ସ୍ତାନାନ୍ତର ସହିତ ଜଡିତ ଜଣେ ଭାରତିୟ ଅଧିକାରି ସୂଚନା ଦେଇ କହିଛନ୍ତି ଯେ ବିମାନ ଇନ୍ଧନ ଭରିବା ପାଇଁ ତାଜିକିସ୍ତାନରେ ଅବତରଣ କରିଛି । ତେବେ ଏହି ସ୍ତାନନ୍ତର କାର୍ଯ୍ୟ ଭାରତୀୟ ଅଧିକାରୀ ମାନେ କାବୁଲରୁ ରହି ପରିଚାଳିତ କରୁଛନ୍ତି । ବାୟୁସେନାର ବିନମାନ ତାଜିକିସ୍ତାନର ଦୁଶାନବେରେ ଭାରତୀୟମାନଙ୍କୁ ଛାଡିବା ପରେ ସେମାନଙ୍କୁ ଏୟାର ଇଣ୍ଡିଆ ବିମାନ ଯୋଗେ ଭାରତକୁ ଫେରିବେ। ମଙ୍ଗଳବାର ଦିନ ଆଫଗାନିସ୍ତାନରେ ଭାରତର ରାଷ୍ଟ୍ରଦୂତ ରୁଦ୍ରନ୍ଦ୍ର ଟଣ୍ଡନ ଏବଂ କାବୁଲର କୂଟନୈତିକ କର୍ମଚାରୀଙ୍କୁ ଆଫଗାନିସ୍ତାନ ରାଜଧାନୀରୁ ସି -୧୭ ଗ୍ଲୋବାମାଷ୍ଟର ହେଭି ଲିଫ୍ଟ ବିମାନରେ ଫେରି ଆସିଛନ୍ତି । ଏହାପୂର୍ବରୁ ସୋମବାର ଦିନ ୪୫ କୂଟନୀତିଜ୍ଞ ଏବଂ ସୁରକ୍ଷା କର୍ମୀଙ୍କୁ ଭାରତ ଅଣାଯାଇଥିଲା । ବିଶ୍ୱସ୍ତ ସୁତ୍ରରୁ ଗୁଇନ୍ଦା ରିପୋର୍ଟ ପାଇ ପାକିସ୍ତାନୀ ଆତଙ୍କବାଦୀ ଗୋଷ୍ଠୀ ପକ୍ଷରୁ ସମ୍ଭାବ୍ୟ ବିପଦ ସମ୍ପର୍କରେ ଜାଣିବା ପରେ ସରକାର ଏହାର ନିରାପତ୍ତା ବଢାଇବା ସହିତ ନାଗରିକମାନଙ୍କୁ ତୁରନ୍ତ ଭାରତ ପେରାଇ ଆଣିବାକୁ ଯୋଜନା କରୁଛନ୍ତି । ତାଲିବାନର ଆଫଗାନ ଦଖଲ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଏକ ଉଚ୍ଚସ୍ତରୀୟ ବୈଠକ କରିଥିଲେ ଯେଉଁଥିରେ ଆଫଗାନିସ୍ତାନରୁ ସମସ୍ତ ଭାରତୀୟ ନାଗରିକଙ୍କୁ ନିରାପଦରେ ସ୍ଥାନାନ୍ତର କରାଯିବା ପାଇଁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପାକିସ୍ତାନ ବାୟୁସିମାକୁ ଯାଇ କିମ୍ବା ଅନିୟନ୍ତ୍ରିତ ଆଫଗାନିସ୍ତାନ ବାୟୁ ସିମାରେରେ ଅଧିକ ସମୟ ନବିତାଇବା ପାଇଁ ଇରାନର ବାୟୁସିମା ଏବଂ ଆରବ ସାଗର ଦେଇ ପୁର୍ବରୁ ଦୁଇଟି ସି -୧୭ ବିମାନ କାବୁଲରୁ ଭାରତ ଫେରି ସାରିଛି ।ତେବେ ସୋମବାର ରାତିରେ ତାଲିବାନ ମୁଖପାତ୍ର ସୁହେଲ ଶାହିନ ଟ୍ୱିଟ କରି କହିଛନ୍ତି ଯେ କୂଟନୀତିଜ୍ଞ, ଦୂତାବାସ ଏବଂ ପରୋପକାରୀ କର୍ମଚାରୀଙ୍କ ପାଇଁ କୌଣସି ଅସୁବିଧା ତାଲିବାନ ଦ୍ୱାରା ସୃଷ୍ଟି ହେବ ନାହିଁ।

Leave A Reply

Your email address will not be published.