କ୍ରାଇମବ୍ରାଞ୍ଚରେ ହାଜର ହେଲେ ଡିଏଫଓ ସଂଗ୍ରାମ କେଶରୀ ବେହେରା

ଭୁବନେଶ୍ୱର, ଅଗଷ୍ଟ ୨୧: ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ କ୍ରାଇମବ୍ରାଞ୍ଚ ନିକଟରେ ହାଜର ହେଲେ ଡିଏଫଓ ସଂଗ୍ରାମ କେଶରୀ ବେହେରା । କିଛି ଦିନ ତଳେ ଡାକ୍ତର ଓ ତହସିଲଦାରଙ୍କୁ କ୍ରାଇମବ୍ରାଞ୍ଚ ପଚରାଉଚରା କରିସାରିଛି । ସେହିପରି ଗତକାଲି ଗୁରାଣ୍ଡି ଥାନା ଅଧିକାରୀ ମମତା ପଣ୍ଡାଙ୍କୁ କ୍ରାଇମବ୍ରାଞ୍ଚ ଜେରା କରିଥିଲା ।  ତେବେ ସୌମ୍ୟଙ୍କ ମୃତ୍ୟୁ ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ ଯେତିକି ଆଗକୁ ବଢୁଛି ସେତିକି ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ହେଲେ ମୃତ୍ୟୁକାଳୀନ କମାନବନ୍ଦିକୁ ନେଇ ରହିଥିବା ସନ୍ଦେହ ଘନିଭୂତ ହୋଇଛି । ଜଣେ ୯୫ ପ୍ରତିଶତ ପୋଡି ଯାଇଥିବା ବ୍ୟକ୍ତି କିଭଳି ମୃତ୍ୟୁକାଳୀନ ଜମାନ ବନ୍ଦୀ ଦେବାକୁ ସକ୍ଷମ ହେଲେ ତାକୁ ନେଇ ଆପତ୍ତି ରହିଛି ।  ସେପଟେ ଡାକ୍ତର କହିଥିଲେ ଜମାନବନ୍ଦୀ ସମୟରେ କେହି ଉପସ୍ତିତ ନଥିଲେ । କିନ୍ତୁ ଡାକ୍ତର ଓ ତହସିଲଦାରଙ୍କ ସହ ଜମାନବନ୍ଦୀ ସମୟରେ ଡିଏଫଓ ଥିବା ନେଇ ଏକ ଭିଡିଓ ଭାଇରାଲ ହୋଇଛି । ମାତ୍ର ସେହି ଭିଡିଓ କଥାକୁ ଡାକ୍ତର ଜାଣିନଥିବା କହୁଥିବା ବେଳେ ତହସିଲଦାର ମୁହଁ ଖୋଲୁ ନାହାନ୍ତି । 

Leave A Reply

Your email address will not be published.