ଆସନ୍ତା ୨୮ରେ ଲଘୁଚାପ: ୫ ଦିନ ପରେ ହେବ ପାଗରେ ପରିବର୍ତ୍ତନ

ଭୁବନେଶ୍ୱର, ଅଗଷ୍ଟ ୨୧ : ଅଗଷ୍ଟ ମାସ ଶେଷକୁ ଲଘୁଚାପ ହେବାର ସମ୍ଭାବନା ରହିଛି । ଆସନ୍ତା ୨୮ ତାରିଖରେ ଲଘୁଚାପ ହେବାର ସମ୍ଭାବନା ଥିବା ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ର ନାଥ ପଶୁପାଳକ ସୂଚନା ଦେଇଛନ୍ତି । ଏହାର ପ୍ରଭାବରେ ୨୫ ତାରିଖ ପରେ ପାଗରେ ପରିବର୍ତ୍ତନ ହେବ ।  କିନ୍ତୁ ଆଗାମୀ ୫ ଦିନ ରାଜ୍ୟରେ ସେମିତି ଆଖିଦୃଶିଆ ବର୍ଷାର ସମ୍ଭାବନା ନାହିଁ । ଫଳରେ ସାମ୍ଭାବ୍ୟ ମରୁଡି ସ୍ଥିତି ଟଳିବାର ସମ୍ଭାବନା ନାହିଁ । ଅନ୍ୟପଟେ ଅଗଷ୍ଟ ମାସରେ ୨୮ ଜିଲ୍ଲାରେ ନିଅଣ୍ଟିଆ ସ୍ଥିତି ରହିଛି ।  କୋରାପୁଟ ଓ ମାଲକାନଗିରିକୁ ଛାଡି ବାକି ସମସ୍ତ ଜିଲ୍ଲାରେ ବର୍ଷା କମିଛି । ୨୨୦ ବ୍ଲକରେ ଆବଶ୍ୟକୀୟ ବର୍ଷା ଅଭାବ ହେତୁ ରୁଆ ବେଉଷଣ ପ୍ରଭାବିତ ହୋଇଥିବା ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ର ନାଥ ପଶୁପାଳକ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.