ଭାରତକୁ ମିଳିଲା ଆଉ ଏକ କୋଭିଡ ଟିକା

ନୁଆଦିଲ୍ଲୀ, ଅଗଷ୍ଟ ୨୧ : ଜାଇଡସ୍ କ୍ୟାଡିଲା ଦ୍ୱାରା ବିକଶିତ ହୋଇଥିବା ବିଶ୍ୱର ପ୍ରଥମ କୋଭିଡ -୧୯ ଡିଏନ୍ଏ-ପ୍ଲାସିମ ଟିକା ୧୨ ବର୍ଷ ବୟସରୁ ଉର୍ଦ୍ଧ ମାନଙ୍କ ଉପରେ ବ୍ୟବହାର ପାଇଁ ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (ଡିଜିସିଆଇ) ର ଜରୁରୀକାଳୀନ ବ୍ୟବହାର ଅନୁମତି ପାଇଛି। ଏହି ବୟସ ଶ୍ରେଣୀ ପାଇଁ ସ୍ୱଦେଶୀ ଭାବରେ ବିକଶିତ ‘ଜାଇକୋଭ-ଡି’ନାମରେ ନାମିତ ଏହି ଟିକା । ଏହା ଡିଏନ୍ଏ – ପ୍ଲାସିମ ଟେକ୍ନୋଲୋଜି ଉପରେ ଆଧାରିତ ତାପରେ, ଏହା ଏକ ଛୁଞ୍ଚିମୁକ୍ତ ଇଞ୍ଜେକ୍ସନ୍ ସିଷ୍ଟମ୍ ବ୍ୟବହାର କରି ବ୍ୟବହୃତ ହୋଇପାରିବ ।  ତେବେ ଏହା ଏକ ତିନି-ଡୋଜ୍ ବିଷିଷ୍ଟ ଟିକା, ଯାହାର ଦ୍ୱିତୀୟ ଏବଂ ତୃତୀୟ ମାତ୍ରା ଯଥାକ୍ରମେ ୨୮ ଏବଂ ୫୬ ଦିନ ବ୍ୟବଧାନରେ ଦିଆଯାଇଥାଏ । ୨୮,୦୦୦ ରୁ ଅଧିକ ସ୍ବେଚ୍ଛାସେବୀଙ୍କ ମଧ୍ୟରେ ତିନୋଟି ପର୍ଯ୍ୟାୟରେ ଏହାର କ୍ଲିନିକାଲ୍ ପରୀକ୍ଷଣରୁ ଏହା ୬୬.୬ ପ୍ରତିଶତ ଫଳପ୍ରଦ ବୋଲି ଜଣାପଡିଛି ।  କୋଭିଡ -୧୯ ପାଇଁ ଏପର‌୍ୟ୍ୟନ୍ତ ଭାରତରେ ଏହା ହେଉଛି ସବୁଠାରୁ ବଡ ଟିକା ପରୀକ୍ଷା। ଏହି ଟିକା ପୂର୍ବରୁ ପ୍ରଥମ ଏବଂ ଦ୍ୱିତୀୟ ପର୍ଯ୍ୟାୟ କ୍ଲିନିକାଲ୍ ପରୀକ୍ଷଣରେ ଦୃଢ ଇମ୍ୟୁନୋଜେନିକ୍ ,ସହନଶୀଳତା ଏବଂ ସୁରକ୍ଷା ପ୍ରଦର୍ଶନ କରିସାରିଛି । ଜିଡସ୍ ଗ୍ରୁପ୍‌ର ଚେୟାରମ୍ୟାନ୍ ପଙ୍କଜ ପଟେଲ କହିଛନ୍ତି: କୋଭିଡ -୧୯ ସହିତ ଲଢିବା ପାଇଁ ଏକ ନିରାପଦ, ସହନଶୀଳ ତଥା ପ୍ରଭାବଶାଳୀ ଟିକା ବାହାର କରିବାକୁ ଆମର ଉଦ୍ୟମ ‘ଜାଇକୋଭ-ଡି’ ସହିତ ବାସ୍ତବରେ ପରିଣତ ହୋଇଛି। ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ସମୟରେ ବିଶ୍ୱର ପ୍ରଥମ ଡିଏନ୍ଏ ଟୀକା ସୃଷ୍ଟି କରିବା ଏବଂ ସମସ୍ତ ଚ୍ୟାଲେଞ୍ଜ ସତ୍ତ୍ୱେ ଭାରତୀୟ ଗବେଷକ ବୈଜ୍ଞାନିକଙ୍କୁ ସେ ସମ୍ନାନ ଜଣାଇଛନ୍ତି । ତେବେ ଏକ ସୂଚନା ମୁତାବକ ଜାଇଡସ୍ କ୍ୟାଡିଲା କମ୍ପାନି ପକ୍ଷରୁ ଏପର୍ଯ୍ୟନ୍ତ ମୋଟ ‘ଜାଇକୋଭ-ଡି’ ଟିକା ବିକାଶ ପାଇଁ ୪୦୦-୫୦୦ କୋଟି ଟଙ୍କା ବିନିଯୋଗ କରାଯାଇଛି ।

Leave A Reply

Your email address will not be published.