ରାଜଧାନୀରୁ ଜବତ ହେଲା ବିପୁଳ ପରିମାଣର ଗୋମାଂସ

ଭୁୁବନେଶ୍ୱର, ଅଗଷ୍ଟ ୨୧ : ରାଜଧାନୀ ଉପକଣ୍ଠ ହଂସପାଳ ରାସ୍ତା ବେତେଣ୍ଡା ଛକ ନିକଟରେ ୫ କ୍ୱିଣ୍ଟାଲରୁ ଉର୍ଦ୍ଧ୍ୱ ଗୋମାଂସ ଜବତ ହୋଇଛି । ଗୋମାଂସ ନେଇ ଯାଇଥିବା ଗାଡି ଡ୍ରାଇଭରକୁ ମାଡ ମାରିବା ସହ ସ୍ଥାନୀୟ ଲୋକେ ଗାଡିକୁ ଭଙ୍ଗାରୁଜା କରିଛନ୍ତି ।  ସେପଟେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୋମାଂସ ନେଇ ଯାଉଥିବା ପିକଅପ୍ ଭ୍ୟାନକୁ ଜବତ କରିଛି । ତେବେ ଶନିବାର ଭୋର ସମୟରେ ଏକ ପିକଅପ ଭ୍ୟାନରେ ଗୋମାଂସ ଚାଲାଣ ହେଉଥିବା ସୂଚନା ମିଳିଥିଲା । ପରେ ଉକ୍ତ ଭ୍ୟାନଟିକୁ ସ୍ଥାନୀୟ ଲୋକେ ଅଟକାଇଥିଲେ । ଫଳରେ ଭ୍ୟାନରୁ ୫ କ୍ୱିଣ୍ଟାଲରୁ ଅଧିକ ଗୋମାଂସ ଜବତ କରାଯାଇଛି ।  ସେପଟେ ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା ଦେଖାଦେଇଥିଲା । ସ୍ଥାନୀୟ ଲୋକେ ଡ୍ରାଇଭରକୁ ମାଡ ମାରିଥିଲେ । ଏହାସହିତ ପୋଲିସ ଘଟଣାର ତଦନ୍ତ ଜାରି ରଖୁଛି । 

Leave A Reply

Your email address will not be published.