ଆଜି ୬୬ ଜଣଙ୍କ ଜୀବନ ନେଲା କରୋନା

ଭୁୁବନେଶ୍ୱର, ଅଗଷ୍ଟ ୨୧ : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ପାଉଥିବା ବେଳେ ମୃତ୍ୟୁ ସଂଖ୍ୟାରେ ଲାଗିପାରୁନି ବ୍ରେକ । ଗତ ୨୪ ଘଣ୍ଟାରେ ୯୧୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୬ ଜଣଙ୍କ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୭୨୮୯କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ଦିଆଯାଇଛି ।  ଆଜି ମୃତକଙ୍କ ମଧ୍ୟରେ ଜଗତସିଂହପୁରରୁ ୧୧, କଟକରୁ ୧୦, ଢେଙ୍କାନଳରୁ ୮, କେନ୍ଦ୍ରାପଡାରୁ ୭, ଅନୁଗୁଳ ଓ ଯାଜପୁରରୁ ୬ ଜଣ ଲେଖାଏଁ ରହିଛନ୍ତି । ସେହିପରି ଭଦ୍ରକରୁ ୫, ବାଲେଶ୍ୱରରୁ ୪, ଖୋର୍ଦ୍ଧାରୁ ୩ ରହିଛନ୍ତି । ଅନ୍ୟପଟେ କେନ୍ଦୁଝର, ମୟୂରଭଞ୍ଜ ଓ ନୟାଗଡରୁ ୨ ଜଣ ଲେଖାଏଁ ରହିଛନ୍ତି ।  ସୂଚନା ଅନୁସାରେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ୧୦ଲକ୍ଷ ୮୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୯୪୯୭ଟି ଆକ୍ଟିଭ କେସ ରହିଥିବା ବେଳେ ୯୮୨୩୪୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

Leave A Reply

Your email address will not be published.