ରାଜ୍ୟରେ ୧୦ ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଭୁୁବନେଶ୍ୱର, ଅଗଷ୍ଟ ୨୧ : ରାଜ୍ୟରେ ଗତ ୨୪ ଘଣ୍ଟାରେ ୯୧୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୫୩୧ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣ ୩୮୦ ଜଣ ରହିଛନ୍ତି । ସେଥିମଧ୍ୟରୁ ୧୧୬ଜଣ ୧୮ ବର୍ଷରୁ କମ୍ ବୟସର ଶିଶୁ ଥିବା ଜଣାପଡିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ଦିଆଯାଇଛି । ଗତ ୨୪ ଘଣ୍ଟାରେ ଅନୁଗୁଳରୁ ୨୩, ବାଲେଶ୍ୱରରୁ ୫୧, ବରଗଡରୁ ୭, ଭଦ୍ରକରୁ ୧୨, ବଲାଙ୍ଗୀରରୁ ୫, କଟକରୁ ୮୮, ଦେବଗଡରୁ ୧୦, ଢେଙ୍କାନାଳରୁ ୧୬, ଗଜପତିରୁ ୬, ଗଞ୍ଜାମରୁ ୪, ଜଗତସିଂହପୁରରୁ ୨୪, ଯାଜପୁରୁ ୪୯, ଝାରସୁଗୁଡାରୁ ୨, କଳାହାଣ୍ଡିରୁ ୭, କନ୍ଧମାଳରୁ ୪, କେନ୍ଦ୍ରାପଡାରୁ ୩୧, କେନ୍ଦୁଝରରୁ ୧୦, ଖୋଦ୍ଧାରୁ ୩୫୨, କୋରାପୁଟରୁ ୬, ମାଲକାନଗିରିରୁ ୭, ମୟୂରଭଞ୍ଜରୁ ୩୮, ନୟାଗଡରୁ ୧୯, ପୁରୀରୁ ୩୦, ରାୟଗଡାରୁ ୮, ସମ୍ବଲପୁରୁ ୧୩, ସୋନପୁରରୁ ୩, ସୁନ୍ଦରଗଡରୁ ୮ ଓ ଷ୍ଟେଟ ପୁଲରୁ ୭୯ କରୋନା ପଜିିଟିଭ ହୋଇଛନ୍ତି ।ବର୍ତ୍ତମାନ ରାଜ୍ୟରେ ୧୦ଲକ୍ଷ ୮୪ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି ୯,୮୩,୨୪୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ବି ରାଜ୍ୟରେ ୯୪୯୭ଟି ଆକ୍ଟିଭ କେସ ରହିଛି । 

Leave A Reply

Your email address will not be published.