ପଂଜଶୀରରେ ତାଲିବାନ ବିରୋଧରେ ଉଠିଲା ଅସ୍ତ୍ର, ବଗଲାନରେ ୩୦୦ ତାଲିବାନୀଙ୍କ ମୃତ୍ୟୁ

କାବୁଲ, ଅଗଷ୍ଟ ୨୩ : ତାଲିବାନ ଯଦିଓ କାବୁଲକୁ ନିଜ ଅଧିନରେ ସାମିଲ କରିପାରିଛି । କିନ୍ତୁ ଆଫଗାନିସ୍ତାନର ଏକ ଏଭଳି ଅଂଚଳ ରହିଛି, ଯାହାକୁ ନିଜ ଅଧିନରେ ଆଣିବା ପାଇଁ ସ୍ୱପ୍ନ ପୂରା କରିପାରି ନାହିଁ । ୨୦ ବର୍ଷରେ ନୁହେଁ କି ଏବେ ବି ନାହିଁ । ତାଲିବାନର ଯୋଦ୍ଧାମାନେ ଏବେ ବିଦ୍ରୋହୀଙ୍କ ଗଡ଼ ପଂଜଶୀର ଘାଟୀ ଆଡ଼କୁ ଅଗ୍ରସର ହୋଇଛନ୍ତି । କିନ୍ତୁ ଏହାରି ମଧ୍ୟରେ ସେମାନଙ୍କୁ ଏକ ଶକ୍ତ ଧକ୍କା ମିଳିଛି । ଗଣମାଧ୍ୟମର ରିପୋର୍ଟ ଅନୁସାରେ, ପଂଜଶୀରର ବିଦ୍ରୋହୀମାନେ ଅଙ୍କୁଶ ଲଗାଇ ଆକ୍ରମଣ କରିଛନ୍ତି, ଯେଉଁଥିରେ ୩୦୦ ତାଲିବାନୀଙ୍କ ମୃତ୍ୟୁ ହୋଇଛି ।    ରିପୋର୍ଟ ଅନୁସାରେ ତାଲିବାନ କରୀ ଫସୀହୁଦ ଦୀନହାଫିଜୁଲ୍ଲାହଙ୍କ ନେତୃତ୍ୱରେ ପଂଜଶୀର ଉପରେ ଆକ୍ରମଣ କରିବାକୁ ଶତାଧିକ ଲଢୁଆଙ୍କୁ ପଠାଇଥିଲା । କିନ୍ତୁ ବଗଲାନ ରାଜ୍ୟର ଅନ୍ଦରାବ ଘାଟୀରେ ଅଙ୍କୁଶ ଲଗାଇ ବସିଥିବା ପଂଜଶୀରର ବିଦ୍ରୋହୀମାନେ ଆକ୍ରମଣ କରିଦେଇଛନ୍ତି । ଏହି ଆକ୍ରମଣରେ ପ୍ରାୟ ୩୦୦ ତାଲିବାନୀଙ୍କ ମୃତ୍ୟୁ ହୋଇଛି । ଏହା ଦ୍ୱାରା ତାଲିବାନର ଯୋଗାଣ ମାର୍ଗ ମଧ୍ୟ ବ୍ଲକ ହୋଇଯାଇଛି । ଜେନେରାଲ ବିସ୍ମିଲ୍ଲାହ ମହମ୍ମଦଙ୍କ ଘୋଷଣା ତାଲିବାନ ପାଇଁ ବଡ଼ ଚ୍ୟାଲେଞ୍ଜ ବୋଲି କୁହାଯାଉଛି । ପଂଜଶୀରରେ ସେନା ତାଲିବାନକୁ ମୁକାବିଲା କରିବା ପାଇଁ ପ୍ରସ୍ତୁତ । ତାଲିବାନୀମାନେ ପଂଜୀଶରକୁ ନିଜ ଅକ୍ତିଆର କରିବା ସହଜ ନୁହେଁ । ତାଲିବାନୀ ସେନା ଅଳ୍ପ ଦିନ ଭିତରେ ଆଫଗାନିସ୍ତାନର ପଂଜୀଶରକୁ ଛାଡ଼ି ଅନ୍ୟ ୩୩ଟି ରାଜ୍ୟକୁ ନିଜର ଅଧିନକୁ ନେଇଯାଇଛନ୍ତି । କିନ୍ତୁ ଏପର୍ଯ୍ୟନ୍ତ ପଂଜୀଶରରେ ପ୍ରବେଶ କରିପାରି ନାହାନ୍ତି । କାରଣ କାରଣ ତାଲିବାନୀଙ୍କୁ ମୁକାବିଲା କରିବା ପାଇଁ ପଂଜୀଶରରେ ୧୦ ହଜାର ସୈନିକ ମୁତୟନ ଅଛନ୍ତି ।    

Leave A Reply

Your email address will not be published.