ଭାରତ ପାକିସ୍ତାନ ଆନ୍ତର୍ଜାତୀୟ ସିମା ନିକଟରେ ଡ୍ରୋନ୍କୁ ଗୁଳିକରି ଖାସଇ ପକାଉଇଲେ ସିମା ସୁରକ୍ଷା ବଳ

ନୁଆଦିଲ୍ଲୀ, ଅଗଷ୍ଟ ୨୩ : ଭାରତ ପାକିସ୍ତାନ ଆନ୍ତର୍ଜାତୀୟ ସିମା ନିକଟରେ ଆଜି ଏକ ଡ୍ରୋନ୍କୁ ଗୁଳିକରି ଖାସଇ ପକାଇଛନ୍ତି ସିମା ସୁରକ୍ଷା ବଳ । ବିଏସଏଫ ଡିଆଇଜି ଏସପିଏସ ସାନ୍ଧୁ କହିଛନ୍ତି ଯେ ସୁରକ୍ଷା କର୍ମୀ ପାକିସ୍ତାନ ସିମା ପଟରୁ ଏକ ଡ୍ରୋନ ଆସୁଥିବାର ଦେଖି ସୁରକ୍ଷା କମୀ୭ମାନେ ୨୫ ରାଉଣ୍ଡ ଗୁଳି ଚଲାଇ ତାକୁ ଗଳାଇ ପକାଇଥିଲେ । ତେବେ ସେହି ଅଞ୍ଚଳରେ ଯାଞ୍ଚ ଚାଲିଥିଲେ ମଧ୍ୟ ଏପର୍ଯ୍ୟନ୍ତ କିଛି ମିଳିପାରି ନାହିଁ । ସେହିପରି ମିଳିଥିବା ସୂଚନା ମୁତାବକ ଗତ ମାସ ୨୪ ତାରିଖରେ ସୁରକ୍ଷା କର୍ମୀ ଅଖନୁର ସେକ୍ଟରର କାଞ୍ଚକ ଅଞ୍ଚଳରେ ଏକ ଡ୍ରୋନକୁ ଗୁଳି କରି ଗଳାଇ ପକାଇଥିଲେ ଯୋଉଁଥିରେ ୫ କେଜି ବିିସ୍ପୋରକ ସାମଗ୍ରୀ ଥିବା ଜଣଅ ପଡିଥିଲା । ତେବେ ଜୁନ୍ ୨୭ ରୁ ଏହି ଅଞ୍ଚଳରେ ଡ୍ରୋନ୍ ବାରମ୍ବାର ଦେଖିବାକୁ ମିଳୁଛି । ଜାମ୍ମୁରେ ଥିବା ଭାରତୀୟ ବାୟୁସେନା ବେସକୁ ବିସ୍ଫୋରକ ସାମଗ୍ରୀ ସହିତ ଟାର୍ଗେଟ କରିବାରେ ବ୍ୟବହୃତ ହୋଇଥିଲେ ଯେଉଁଥିରେ ଦୁଇଜଣ କର୍ମଚାରୀ ଆହତ ହୋଇଥିଲେ। ପାକିସ୍ତାନ ପକ୍ଷରୁ ଭାରତର ଗୁରୁତ୍ୱପୂର୍ଣ୍ଣ ସଂସ୍ଥାଗୁଡ଼ିକରେ ବାରମ୍ବାର ଡ୍ରୋନ୍ ବ୍ୟବହାର କରି ସୁରକ୍ଷା ବଳକୁ ଚ୍ୟାଲେଞ୍ଜ କରୁଛନ୍ତି । ସୂଚନା ମୁତାବକ୨୦୧୯ ଠାରୁ ପାକିସ୍ତାନ ସୀମାରେ ୩୫୦ ରୁ ଅଧିକ ଡ୍ରୋନ୍ ଦେଖାଯାଇଛି।

Leave A Reply

Your email address will not be published.