କରୋନା କଟକଣା ମଧ୍ୟରେ ଆଜି ପ୍ରକାଶ ପାଇବ ସିବିଏସଇ ୧୦ମ ପରୀକ୍ଷା ରେଜଲ୍ଟ

ଭୁବନେଶ୍ୱର, ଅଗଷ୍ଟ 23 : କରୋନା କଟକଣା ମଧ୍ୟରେ ଆଜି ପ୍ରକାଶ ପାଇବ ସିବିଏସଇ ୧୦ମ ପରୀକ୍ଷା ଫଳ । ରେଜଲ୍ଟ ମଧ୍ୟାହ୍ନ ୧ରେ ପ୍ରକାଶ ପାଇବ ବୋଲି ସୁଚନା ମିଳିଛି ।  ସିବିଏସ୍‌ଇର ଅଫିସିଆଲ ସାଇଟ୍ cbseresults.nic.inକୁ ଯାଇ ଛାତ୍ରଛାତ୍ରୀ ମାନେ ସେମାନଙ୍କର ପରୀକ୍ଷା ଫଳ ଦେଖିପାରିବେ। ତେବେ ଯେଉଁମାନେ ମୂଲ୍ୟାଙ୍କନ ପଦ୍ଧତିରେ ଅସନ୍ତୁଷ୍ଟ ସେମାନେ ଅଫଲାଇନ୍‌ରେ ପରୀକ୍ଷା ଦେଇ ପାରିବେ। କୋଭିଡ-୧୯ ସ୍ଥିତି ସୁଧୁରିଲେ ଏହି ଅଫଲାଇନ ପରୀକ୍ଷା ଆୟୋଜନ କରାଯିବ।  ଏହା ବ୍ୟତୀତ ପଞ୍ଜୀକୃତ ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଏସଏମଏସ୍‌, ଡିଜିଲକର ଏବଂ ଉମଙ୍ଗ ଆପରେ ମଧ୍ୟ ରେଜଲ୍ଟ ଉପଲବ୍ଧ ହେବ।  ସୁଚନା ଅନୁସାରେ କରୋନା କଟକଣା ମଧ୍ୟରେ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦେଇ ଚଳିତ ବର୍ଷ ପରୀକ୍ଷା ବନ୍ଦ କରାଯାଇଥିଲା ।

Leave A Reply

Your email address will not be published.