ମୋଦିଙ୍କୁ ଦେଖା କରିବାକୁ ଜାମ୍ମୁ କାଶ୍ମୀରରୁ ଦୀର୍ଘ ୮୧୫ କି.ମି ଚାଲିଚାଲି ଆସୁଛନ୍ତି ପ୍ରଶଂସକ

ନୁଆଦିଲ୍ଲୀ, ଅଗଷ୍ଟ ୨୩ : ୮୧୫ କି.ମି ଚାଲିଚାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦେଖା କରିବାକୁ ଜାମ୍ମୁ ଏବଂ କାଶ୍ମିରରୁ ଆସୁଛନ୍ତି ତାଙ୍କର ଜଣେ ବଡ ପ୍ରଶଂସକ । ଫହିମ ନାଜିର ଶାହ ନାମକ ଜଣେ ୨୮ ବର୍ଷିୟ ଯୁବକ ପ୍ରଧାନମନ୍ତ୍ରୀଙ୍କୁ ଦେଖା କରିବା ଆଶାରେ ଶ୍ରୀନଗରରୁ ତାଙ୍କର ଯାତ୍ରା ଆରମ୍ଭ କରିଛନ୍ତି । ପେଶାରେ ଜଣେ ଇଲେକ୍ଟ୍ରିସିଆନ୍ ଫହିମ ନିଜକୁ ପ୍ରଧାନମନ୍ତ୍ରୀଙ୍କର ବଡ ପ୍ରଶଂସକ ବୋଲି କହିଛନ୍ତି । ସେ ପ୍ରଧାନମନ୍ତ୍ରୀଙ୍କ ଭାସଣକୁ ବହୁତ ପସନ୍ଦ କରନ୍ତି ଏବଂ ବହୁ ଦିନ ଧରି ଟିଭିରେ ପ୍ରଧାନମନ୍ତ୍ରୀଙ୍କୁ ଅନୁସରଣ କରନ୍ତି । ଗତ ଦୁଇ ବର୍ଷରୁ ଅଧୀକ ସମୟ ଧରି ସେ ପ୍ରଧାନମନ୍ତ୍ରୀଙ୍କୁ ଦେଖା କରିବାକୁ ଚାହୁଁଥିଲେ ମଧ୍ୟ ତାହା ସମ୍ଭବ ହୋଇ ପାରି ନାହିଁ । ସେ କହିଛନ୍ତି ଯେ ଗତ ଥର ଯେେତେବେଳେ ପ୍ରଧାନମନ୍ତ୍ରୀ କାଶ୍ମିର ଗସ୍ତରେ ଯାଇଥିଲେ ସେ ସମୟରେ ମଧ୍ୟ ସେ ପ୍ରଧାନମନ୍ତ୍ରୀଙ୍କୁ ଦେଖା କରିବାକୁ ଚେଷ୍ଟା କରିଥିଲେ କିନ୍ତୁ ସୁରକ୍ଷା କର୍ମି ତାଙ୍କୁ ଅଟକାଇ ଦେଇଥିଲେ । ତେବେ ଏହି ଥର ତାଙ୍କୁ ପ୍ରଧାନମନ୍ତ୍ରୀଙ୍କୁ ଦେଖା କରିବାର ସୁଯୋଗ ମିଳିବ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.