ଆଜିଠୁ ୟୁ ଟ୍ୟୁବରେ ପାଠ ପଢିବେ ଏକାଦଶ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀ

ଭୁୁବନେଶ୍ୱର, ଅଗଷ୍ଟ ୨୩ : ଆଜିଠୁ ଅନଲାଇନ ମୋଡରେ ପାଠ ପଢିବେ ଏକାଦଶ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀ । ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ଦେଇଥିଲେ । ପୂର୍ବରୁ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ୟୁ ଟ୍ୟୁବରେ ପାଠ ପଢାଯାଉଛି ।  ପ୍ରଥମରୁ ଦଶମ ଶ୍ରେଣୀ ପିଲା ୟୁ ଟ୍ୟୁବରେ ପାଠପଢାରେ ସଫଳ ହେବା ପରେ ଯୁକ୍ତ ଦୁଇ ପିଲାଙ୍କ ପ୍ରତି ଏଭଳି ନିଷ୍ପତ୍ତି ସରକାର ନେଇଛନ୍ତି । ଯେଉଁମାନେ କରୋନା ପାଇଁ କ୍ଲାସ କରିପାରୁନାହାନ୍ତି ସେମାନ ଘରେ ରହି ୟୁ ଟୁଠବରେ ସମସ୍ତ ସିଲାବସ ପଢିପାରିବେ ।  ଯାହା ଫଳରେ ଛାତ୍ରଛାତ୍ରୀମାନେ ଅଧିକ ଉପକୃତ ହୋଇପାରିବେ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ କହିଛନ୍ତି । ଅଭିଭାବକଙ୍କ ଅନୁମତି ଆଣି ସ୍କୁଲକୁ ଛାତ୍ରଛାତ୍ରୀମାନେ ଆସୁଛନ୍ତି । ଯେଉଁ ଅଭିଭାବକ ଅନୁମତି ଦେଉନାହାନ୍ତି ଓ ସେମାନହ୍‌କ ପିଲାମାନେ ୟୁ ଟ୍ୟୁବରେ ପାଠ ପଢୁଛନ୍ତି । 

Leave A Reply

Your email address will not be published.