ମୃତ୍ୟୁ ସଂଖ୍ୟାରେ ଲାଗୁନି ବ୍ରେକ୍‌, ୬୮ ମୁଣ୍ଡ ନେଲା କରୋନା

ଭୁୁବନେଶ୍ୱର, ଅଗଷ୍ଟ ୨୩ : ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟାରେ ଲାଗିପାରୁନି ବ୍ରେକ । ଗତ ୨୪ ଘଣ୍ଟାରେ ୬୮ଜଣଙ୍କ ମୁଣ୍ଡ ନେଲା କରୋନା ମହାମାରୀ । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନାଜନିତ ମୃତ୍ୟୁ ସଂଖ୍ୟା ୭୪୨୬କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।  ମୃତକଙ୍କ ମଧ୍ୟରେ କଟକରୁ ୧୭, ଜଗତସିଂହପୁରରୁ ୧୫, ଢେଙ୍କାନାଳରୁ ୯, ଖୋର୍ଦ୍ଧାରୁ ୮, ଯାଜପୁରରୁ ୬, କେନ୍ଦ୍ରାପଡାରୁ ୪, ବାଲେଶ୍ୱରରୁ ୩, ପୁରୀରୁ ୨ ଜଣ ରହିଛନ୍ତି । ସେହିପରି ଭଦ୍ରକ, ଝାରସୁଗୁଡା, କେନ୍ଦୁଝର, ରାୟଗଡା ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି । ସୂଚନା ଅନୁସାରେ, ରାଜୟରେ ବର୍ତ୍ତମାନ ସୁଦ୍ଧା ମୋଟ ୧୦୦୧୬୯୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୮୯୧୭ଟି ଆକ୍ଟିଭ କେସ ରହିଥିବାବେଳେ ୯୮୫୩୦୨ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।  

Leave A Reply

Your email address will not be published.