ରାଜ୍ୟରେ ଧୀରେ ଧୀରେ ଖସୁଛି କରୋନା ଗ୍ରାଫ୍

ଭୁୁବନେଶ୍ୱର, ଅଗଷ୍ଟ ୨୩ : ରାଜ୍ୟରେ ଧୀରେ ଧୀରେ ଖସୁଛି କରୋନା ଗ୍ରାଫ୍ । ଗତ ୨୪ ଘଣ୍ଟାରେ ୭୬୧ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୦୧୬୯୮କୁ ବୃଦ୍ଧି ପାଇଛି । ତେବେ ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୪୪୩ ଜଣ କ୍ୱାରେଣ୍ଟାଇନରୁ ହୋଇଥିବା ବେଳେ ୩୧୮ ଜଣ ଲୋକାଲ କେସ ରହିଛି । ସେହିପରି ୧୮ ବର୍ଷରୁ କମ୍ ବୟସର ୧୦୧ ଜଣ ରହିଛନ୍ତି ।  ତେବେ ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳରୁ ୧୬, ବାଲେଶ୍ୱରରୁ ୫୨, ବରଗଡରୁ ୧୮, ଭଦ୍ରକରୁ ୮, ବଲାଙ୍ଗୀରରୁ ୨, ବୌଦ୍ଧରୁ ୧, କଟକରୁ ୧୧୭, ଦେଓଗଡରୁ ୧୨, ଢେଙ୍କାନାଳରୁ ୧୨, ଗଜପତିରୁ ୨, ଗଞ୍ଜାମରୁ ୩, ଜଗତସିଂହପୁରୁ ୧୮, ଯାଜପୁରରୁ ୩୫, ଝାରସୁଗୁଡାରୁ ୧, କନ୍ଧମାଳରୁ ୩, କେନ୍ଦ୍ରାପଡାରୁ ୧୫, କେନ୍ଦୁଝରରୁ ୫, ଖୋର୍ଦ୍ଧାରୁ ୨୮୯, ମାଲକାନିଗିରିରୁ ୨, ମୟୂରଭଞ୍ଜରୁ ୨୪, ନବରଙ୍ଗପୁରୁ ୧, ନୟାଗଡରୁ ୧୨, ପୁରୀରୁ ୧୩, ରାୟଗଡାରୁ ୫, ସମ୍ବଲପୁରରୁ ୨୦, ସୋନପୁରରୁ ୧, ସୁନ୍ଦରଗଡରୁ ୧୦ ଓ ଷ୍ଟେଟ ପୁଲରୁ ୬୪ ଜଣ ରହିଛନ୍ତି ।  ସୂଚନା ଅନୁସାରେ, ରାଜୟରେ ବର୍ତ୍ତମାନ ସୁଦ୍ଧା ମୋଟ ୧୦୦୧୬୯୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୮୯୧୭ଟି ଆକ୍ଟିଭ କେସ ରହିଥିବାବେଳେ ୯୮୫୩୦୨ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । 

Leave A Reply

Your email address will not be published.