ରାଜଧାନୀରେ ଖୋଲିଲା ଧର୍ମାନୁଷ୍ଠାନ

ଭୁୁବନେଶ୍ୱର, ଅଗଷ୍ଟ ୨ : ଆଜିଠୁ ମନ୍ଦିର ମାଲିନୀ ଭୁବନେଶ୍ୱରର ସମସ୍ତ ଧର୍ମାନୁଷ୍ଠାନ ଖୋଲିଲା । ମହାମାରୀ କରୋନା ପାଇଁ ପ୍ରାୟ ୪ ମାସ ସମସ୍ତ ମନ୍ଦିର ବନ୍ଦ ରହିଥିଲା । କରୋନା ସଂକ୍ରମଣରେ ସାମାନ୍ୟ ହ୍ରାସ ଆସିବା ପରେ ମନ୍ଦିର ଖୋଲିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଥିଲେ । ତେବେ ନିୟମ ଅନୁସାରେ କେବଳ ଜବଲ ଡୋଜ ଟିକା ନେଇସାରିଥିବା ଭକ୍ତମାନେ ହିଁ ଧର୍ମାନୁଷ୍ଠାନକୁ ପ୍ରବେଶ କରୁଛନ୍ତି ।  କୋଭିଡ କଟକଣାକୁ ମଧ୍ୟ କଡାକଡି ଭାବେ ପାଳନ କରିବାକୁ ବିଏମସି ସୂଚନା ଦେଇଛି । ସେପ୍ଟେମ୍ବର ମାସ ପହିଲାରୁ ଲିଙ୍ଗରାଜ ମନ୍ଦିର ଖୋଲା ଯିବ । ସେହିପରି କରୋନାର ୨ୟ ଲହରର ଭୟାବହତାକୁ ଆଧି ଆଗରେ ରଖି ଭୁବନେଶ୍ୱର ସମେତ ରାଜ୍ୟର ପ୍ରାୟ ସବୁ ଧର୍ମାନୁଷ୍ଠାନ ବନ୍ଦ ରହିଥିଲା । ନିୟମ କୋହଳ ହେବା ପରେ ଅନ୍ୟ ଜିଲ୍ଲାର ମନ୍‌ଦିର ସବୁ ଖୋଲିଥିଲା ।  ଭୁବନେଶ୍ୱରର ସମସ୍ତ ମନ୍ଦିର, ମସଜିଦ, ଚର୍ଚ୍ଚ, ଗୁରୁଦ୍ୱାର ଆଜିଠାରୁ ଖୋଲିଛି । ମନ୍ଦିରରେ ଏକାଥରେ ୨୫ ଜଣ ଭକ୍ତଙ୍କୁ ପ୍ରବେଶ ପାଇଁ ନିୟମ ଜାରି କରିଛି ବିଏମସି । ୬ ଫୁଟ ଦୂରତାରେ ରହି ଭକ୍ତ ଦର୍ଶନ କରିବେ । ସେହିପରି ଶିଶୁ ଓ ବୟସ୍କ ଲୋକ ମନ୍ଦିରକୁ ନ ଆସିବାକୁ କୁହାଯାଇଛି

Leave A Reply

Your email address will not be published.