ଖୋଲିଲା ବାବା ଆଖଣ୍ଡଳମଣିଙ୍କ ମନ୍ଦିର

ଭଦ୍ରକ, ଅଗଷ୍ଟ ୨୩ : ଦୀର୍ଘ ଚାରି ମାସ ପରେ ଆଜିଠୁ ଆରଡିର ବାବା ଆଖଣ୍ଡଳମଣିଙ୍କ ମନ୍ଦିର ଖୋଲିଛି । ଭକ୍ତଙ୍କ ଦର୍ଶନ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଏସଓପି ଜାରି କରାଯାଇଛି । ସ୍ୱତନ୍ତ୍ର ବ୍ୟାରିକେଟରେ ଭକ୍ତମାନେ ମନ୍ଦିର ଭିତରକୁ ପ୍ରବେଶ କରି ବାବାଙ୍କୁ ଦର୍ଶନ କରିପାରିବେ ।  ୧୦ ବର୍ଷରୁ କମ ଓ ୬୫ ବର୍ଷରୁ ଅଧିକ ବୟସର ବ୍ୟକ୍ତିଙ୍କୁ ମନ୍ଦିର ମଧ୍ୟକୁ ପ୍ରବେଶ ପାଇଁ ବାରଣ କରାଯାଇଛି । ମନ୍ଦିର ମଧ୍ୟକୁ ଭୋଗ କିମ୍ବା କୌଣସି ପୂଜା ସାମଗ୍ରୀ ନେବାକୁ ବାରଣ କରାଯାଇଛି । ସମସ୍ତେ ମାସ୍କ ପିନ୍ଧିବା ସହିତ ସାମାଜିକ ଦୂରତା ଅବଲମ୍ବନ କରି ବାବାଙ୍କୁ ଦର୍ଶନ କରିବେ ।  ସେହିପରି ପ୍ରତି ଶନିବାର ସାଧାରଣ ଦର୍ଶନ ବନ୍ଦ ରହିବ । ପ୍ରତି ଶନିବାର ମନ୍ଦିର ପରିସରକୁ ସାନିଟାଇଜ କରାଯିବ । ପୂର୍ବରୁ ମନ୍ଦିର ଖୋଲିବାକୁ ଅନୁମତି ମିଳିଥିଲେ ମଧ୍ୟ ଶ୍ରାବଣ ମାସକୁ ଦୃଷ୍ଟିରେ ରଖି ମନ୍ଦିର ବନ୍ଦ ରହିଥିଲା । 

Leave A Reply

Your email address will not be published.