କଳିଙ୍ଗା ସେକ୍ସନ୍ ସହକାରୀ ଯନ୍ତ୍ରୀଙ୍କ ନାମରେ ମିଥ୍ୟା ଅଭିଯୋଗ

କନ୍ଧମାଳ : କନ୍ଧମାଳ ଜିଲ୍ଲା ଜି ଉଦୟଗିରି ପୁର୍ତ୍ତ ବିଭାଗ ସବଡ଼ିଭିଜନର ସହକାରୀ ଯନ୍ତ୍ରୀ ଶ୍ରୀ ଅରୁଣ ପ୍ରସାଦ ସାହୁ । ନିଜ ପ୍ରଚେଷ୍ଟାରେ ସେ ନିର୍ମାଣ କରିଛନ୍ତି ଅନେକ ଉନ୍ନୟନ ମୁଳକ କାମ । ତାଙ୍କ ଉନ୍ନୟନ ମୁଳକ କାମ ମଧ୍ୟରୁ ଏସ କେପି ଏମ ରାସ୍ତା, ଟିସି ବି ଏନ ରାସ୍ତା, ଆର ଜି ଏମ ଏସ ରାସ୍ତା ସହିତ କଳିଙ୍ଗା ଠାରେ ଆମିନିିିଟି ସେଣ୍ଟର ମଧ୍ୟ ନିର୍ମାଣ ହୋଇଛି । କେବଳ ସେତିକି ନୁହେଁ ଶ୍ରୀଯୁକ୍ତ ସାହୁଙ୍କ ଦ୍ୱାରା ଆହୁରୀ କୋଟି କୋଟି ଟଙ୍କାର ପ୍ରକଳ୍ପ ମଧ୍ୟ ନିର୍ମାଣ ହୋଇଛି । ତେବେ ମିଥ୍ୟା ଭିଜିଲାନ୍ସ ମାମଲାରେ ଛନ୍ଦି ହୋଇଥିବା ଅରୁଣ ୨୦୧୬ ମସିହାରେ ନିଦ୍ଦୋର୍ଷରେ ଖଲାସ ହୋଇଛନ୍ତି । ସେବେ ଠାରୁ ଶ୍ରୀଯୁକ୍ତ ଅରୁଣ ଏକ ସଚ୍ଚୋଟ ବ୍ୟକ୍ତି ବିଶେଷ ଭାବେ ବେଶ୍ ପରିଚିତ । ତେବେ କିଛି ଦିନ ତଳେ ଶ୍ରୀ ଅରୁଣ ସାହୁଙ୍କ ନାମରେ ମିଥ୍ୟା ସ୍କ୍ରାବ ବିକ୍ରି ଅଭିଯୋଗ ହୋଇଥିଲା । ହେଲେ ସେଥିରେ ମଧ୍ୟ ସେ ନିର୍ଦ୍ଦୋଶ ସାବ୍ୟସ୍ତ ହେବା ସହ ଏହି ଅଭିଯୋଗ ଭିତ୍ତିହିନ ବୋଲି ସେ କହିଛନ୍ତି । ଏନେଇ ସେ ନିଜେ ନିର୍ବାହୀ ଯନ୍ତ୍ରୀଙ୍କୁ ତଦନ୍ତରେ ନିରପେକ୍ଷ ସାହାଯ୍ୟ ମଧ୍ୟ କରିଥିଲେ । ଫଳ ସୂରୁପ ଉକ୍ତ ଜିନିଷ ସବୁ ନିର୍ମାଣ ଧିନ ସ୍ଥାନକୁ ପଠା ଯାଇଥିବା ଜଣାପଡିଥିଲା । ତେବେ ସଚ୍ଚୋଟ୍ ପଣିଆ ପାଇଁ ସେ ବିଭିନ୍ନ ସ୍ଥାନରେ ପ୍ରଶସନୀୟ ମଧ୍ୟ । ତେବେ କଥାରେ ଅଛି କଣ୍ଟା ସିଧା ଥିଲେ ପ୍ରଥମେ ମାଡ ଖାଏ ଉକ୍ତ ଫକ୍ତିଂ ସଦୃଶ୍ୟ । ସଚ୍ଚୋଟ ଲୋକ ପ୍ରଥମେ ବଳି ପଡି ଥାଆନ୍ତି । ସେହି କ୍ରମରେ ଶ୍ରୀ ସାହୁଙ୍କ ନାମରେ ବାରମ୍ବାର ମିଥ୍ୟ ଅଭିଯୋଗ କରି ଫଶାଇବାକୁ ଚେଷ୍ଟା କରାଯାଉଛି । କିନ୍ତୁ ତାଙ୍କ ସଚ୍ଚୋଟ ପଣ ତାଙ୍କୁ କେଭେ ନଇଁବାକୁ ଦେଇନି । ସେ ଆଜିବି ଅଟଳ ।

Leave A Reply

Your email address will not be published.