କରୋନା କଟକଣା ଭିତରେ ଆଜିଠାରୁ ଆରମ୍ଭ ହେଉଛି ଚତୁର୍ଥ ପର୍ଯ୍ୟାୟ ଜେଇଇ ମେନ୍‌

ଭୁବନେଶ୍ୱର, ଅଗଷ୍ଟ 26 : କରୋନା କଟକଣା ଭିତରେ ଆଜିଠାରୁ ଆରମ୍ଭ ହେଉଛି ଚତୁର୍ଥ ପର୍ଯ୍ୟାୟ ଜେଇଇ ମେନ୍ । ଚଳିତବର୍ଷ ୪ଟି ପର୍ଯ୍ୟାୟ  ରେ ଜେଇଇ ମେନ୍ ହେଉଛି । ସମସ୍ତ ଛାତ୍ରଛାତ୍ରୀ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ରକ୍ଷା କରିବାକୁ କୁହାଯାଇଛି । ହଲରେ ପ୍ରବେଶ ପୂର୍ବରୁ ଥର୍ମାଲ ସ୍କ୍ରିନିଂ ମଧ୍ୟ କରାଯିବ ଛାତ୍ରଛାତ୍ରୀଙ୍କ ଆଡ଼ମିଟ କାର୍ଡ଼ରେ ପରୀକ୍ଷା ସମ୍ପର୍କିତ ବିସ୍ତୃତ ସୂଚନା ଦିଆଯାଇଛି । ଏହା ସହିତ ୨୬, ୨୭, ୩୧ ତାରିଖ ଏବଂ ସେପ୍ଟେମ୍ବର ୧ ଓ ୨ ତାରିଖରେ ସର୍ବଭାରତୀୟସ୍ତରରେ ଏହି ପରୀକ୍ଷା ହେବ ।ଦେଶରେ ମୋଟ୍ ୩୩୪ ସହରରେ ପରୀକ୍ଷା ଆୟୋଜନ ହେଉଛି । ଜେଇଇ ମେନ୍ ଦେବେ ୭ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ । ଏମାନଙ୍କ ଭିତରେ ଓଡ଼ିଶାରୁ ଅଛନ୍ତି ପାଖାପାଖି ଲକ୍ଷେ ପରୀକ୍ଷାର୍ଥୀ ।

Leave A Reply

Your email address will not be published.