ଆଜି ଶ୍ରୀମନ୍ଦିରର ନୂତନ ପରିଚାଳନା କମିଟିର ପ୍ରଥମ ବୈଠକ

ପୁରୀ,ଅଗଷ୍ଟ 26 : ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଆଜି ଶ୍ରୀମନ୍ଦିରର ନୂତନ ପରିଚାଳନା କମିଟିର ବସୁଛି ପ୍ରଥମ ବୈଠକ । ବୈଠକରେ ଗଜପତି ମହାରାଜଙ୍କ ସହ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ପରିଚାଳନା କମିଟିର ସଦସ୍ୟ ଉପସ୍ଥିତ ରହିବେ । କୋଭିଡ୍ କଟକଣାରେ ମଧ୍ୟରେ ଏହି ବୈଠକ ଅନୁଷ୍ଠିତ ହେବ । ପୁରୀ ନିଳାଦ୍ରୀ ଭକ୍ତ ନିବାସଠାରେ ସକାଳ ୧୧ଟା ରେ ଏହି ବୈଠକ ଅନୁଷ୍ଠିତ ହେବ ବୋଲି ସୁଚନା ମିଳିଛି । ବୈଠକରେ ଅନେକ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବା ସହ ରଥଯାତ୍ରାର ସମୀକ୍ଷା ମଧ୍ୟ ହୋଇପାରେ । ବିଶେଷ କରି ଶ୍ରୀକ୍ଷେତ୍ର ଐତିହ୍ୟ କରିଡର, ସେବାୟତ କଲ୍ୟାଣ, ନୂତନ ସବକମିଟି ଗଠନ ଆଦି ପ୍ରସଙ୍ଗରେ ପରିଚାଳନା କମିଟି ବୈଠକରେ ବିଚାରବିମର୍ଶ ହେବ ।  

Leave A Reply

Your email address will not be published.