ଆମେରିକାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪ କୋଟି ନିକଟତର, ସାଢ଼େ ୨୪ ହଜାର ଗୁରୁତର

ୱାଶିଂଟନ, ଅଗଷ୍ଟ ୨୬ : କରୋନା ଭାଇରସ ସଂକ୍ରମଣ ଆମେରିକାରେ ଉଗ୍ର ରୂପ ନେଇଛି । ବିଗତ ୨୪ ଘଣ୍ଟା ମଧ୍ୟରେ ୧ ଲକ୍ଷ ୬୧ ହଜାର ନୂଆ ପଜିଟିଭ ଚିହ୍ନଟ ହେବା ପରେ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୪ କୋଟି ନିକଟତର ହୋଇଛି । ଏହାରି ଭିତରେ ଆମେରିକାରେ ୫୨ ହଜାର ୭୫୮ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି ଏବଂ ୧୨୩୯ ଲୋକଙ୍କର ପ୍ରାଣହାନୀ ଘଟିଛି ।ଆମେରିକାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ କୋଟି ୯୧ ଲକ୍ଷ ୪୭ ହଜାର ୨୨୩କୁ ବୃଦ୍ଧି ପାଇଛି । ଦେଶରେ ୬ ଲକ୍ଷ ୪୯ ହଜାର ୬୩୨ ଜଣଙ୍କର ମୃତ୍ୟୁ ହୋଇଛି । ମୋଟ ୩ କୋଟି ୬ ଲକ୍ଷ ୭୪ ହଜାର ୬୬୪ ଲୋକ ସୁସ୍ଥ ହୋଇଥିବା ବେଳେ ୭୮ ଲକ୍ଷ ୨୨ ହଜାର ୯୨୭ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ଏଥିରୁ ୨୪ ହଜାର ୫୯୫ ଜଣ ଗୁରୁତର ଅଛନ୍ତି ।ବିଶ୍ୱରେ ଆଜି ପର୍ଯ୍ୟନ୍ତ ୨୧ କୋଟି  ୪୬ ଲକ୍ଷ ୮୦ ହଜାର ୧୫୨ ଜଣ ଲୋକ କରୋନା ଭାଇରସରେ ସଂକ୍ରମିତ ହୋଇସାରିଥିବା ବେଳେ ୪୪ ଲକ୍ଷ ୭୫ ହଜାର ୧୫୯ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । କରୋନା ଭାଇରସ କବଳରେ ପଡ଼ିଥିବା ୧୯ କୋଟି ୨୦ ଲକ୍ଷ ୨୦ ହଜାର ୪୭୬ ଜଣ ସୁସ୍ଥ ହୋଇଥିବା ବେଳେ ୧ କୋଟି ୮୧ ଲକ୍ଷ ୮୪ ହଜାର ୫୧୭ ଜଣ ଲୋକ ସକ୍ରିୟ ଅଛନ୍ତି । ଏବେ ବିଶ୍ୱବ୍ୟାପୀ ଏକ ଲକ୍ଷ ୧୩ ହଜାର ୫୫ ଜଣ ରୋଗୀଙ୍କ ଅବସ୍ଥା ଗୁରୁତର ଅଛି ।

Leave A Reply

Your email address will not be published.