ଏବେ ଅଷ୍ଟ୍ରେଲିଆରେ କ୍ରିକେଟ ଖେଳିବେ ଉତ୍ତର ପ୍ରଦେଶର ଏହି ଝିଅ

ନୂଆଦିଲ୍ଲୀ, ଅଗଷ୍ଟ ୨୬ : କ୍ରିକେଟ ଏଭଳି ଖେଳ, ଯାହାକି ଛୋଟ ଛୋଟ ପରିବାରରୁ ଆସି ବଡ଼ ବଡ଼ ପରିଚୟ ପ୍ରଦାନ କରିଥାଏ । ଏମିତି ଅନେକ ଖେଳାଳି ଅଛନ୍ତି, ଯେଉଁମାନଙ୍କୁ ବିଶ୍ୱର ଜନତା ଚିହ୍ନିଥାନ୍ତି । ଥରଟିଏ ଯଦି ଏହି ଖେଳରେ ସଫଳତା ମିଳିଯାଏ, ତେବେ ଜୀବନ ସାରା ଅନେକ ସମସ୍ୟାର ସମାଧାନ ସହଜରେ ହୋଇଯାଇଥାଏ । ଏହାରି ଭାରତୀୟ ମହିଳା କ୍ରିକେଟରେ ଏଭଳି ଜଣେ ଖେଳାଳିଙ୍କ ପ୍ରବେଶ ହୋଇଛି, ଯିଏକି ବହୁତ ଗରିବ ପରିବାରରେ ଜନ୍ମ ହୋଇ ସଫଳତାର ଶିଖରରେ ପହଂଚିଛନ୍ତି ।  ମେଘନା ସିଂହ । ଘର ଉତ୍ତରପ୍ରଦେଶର ବିଜନୌର ଜିଲ୍ଲାରେ ଥିବା ଏକ ଛୋଟ ଗାଁ । ମେଘନା ଏବେ ଭାରତୀୟ ମହିଳା କ୍ରିକେଟ ଟିମରେ ନିଜକୁ ସାମିଲ କରିପାରିଛନ୍ତି । ତାଙ୍କୁ ଭାରତର ଅଷ୍ଟ୍ରେଲିଆ ଗସ୍ତରେ ସାମିଲ କରାଯାଇଛି । ତାଙ୍କର ସଫଳତା ନେଇ ସେହି ଅଂଚଳରେ ଲୋକେ ବହୁତ ଉତ୍ସାହିତ ଦେଖାଯାଇଛନ୍ତି । ସେ ହେଉଛନ୍ତି ଜଣେ ମଧ୍ୟମ ଦ୍ରୁତଗାମୀ ବୋଲର । ପ୍ରଥମ ଥର ଭାରତୀୟ ଜର୍ସି ପିନ୍ଧିବା ନେଇ ଉତ୍ସାହିତ ଅଛନ୍ତି ।  ମେଘନା ଏକ ସାଧାରଣ ପରିବାରରେ ଜନ୍ମ ହୋଇଛନ୍ତି । ତାଙ୍କର ପିତା ଚିନି କଳରେ ସୁରକ୍ଷା କର୍ମୀ (ସିକ୍ୟୁରିଟି ଗାର୍ଡ) ଭାବେ କାମ କରନ୍ତି । ମା’ ଏକ ଅଙ୍ଗନବାଡ଼ି କର୍ମୀ । ମେଘନା ନିଜ ଗାଁରେ ପ୍ରଥମେ ଗଳିରେ କ୍ରିକେଟ ଖେଳିବା ଆରମ୍ଭ କରିଥିଲେ । 

Leave A Reply

Your email address will not be published.