ବାହୁବଳୀ ଅବତାରରେ ରୌପ୍ୟ ପଦକ ବିଜେତା ରବି ଦହିୟା

ନୂଆଦିଲ୍ଲୀ, ଅଗଷ୍ଟ ୨୬ : କ୍ରିକେଟର ହୁଅନ୍ତୁ ଅଥବା ଅଲିମ୍ପିକ୍ସରେ ପଦକ ବିଜେତା ହୁଅନ୍ତୁ, ଭାରତୀୟ ଖେଳାଳି ଯେତେବେଳେ ସଫଳତାର ଶୀର୍ଷକୁ ଛୁଇଁଥାନ୍ତି, ସେମାନେ ଭଗବାନଙ୍କ ଆଶୀର୍ବାଦ କାମନା କରିଥାନ୍ତି । ଟୋକିଓ ଅଲିମ୍ପିକ୍ସ-୨୦୨୦ରେ ପଦକ ବିଜେତା ଅବା ଏଥିରୁ ଓହରିବେ କେମିତି । ଏହି କ୍ରମରେ ରୌପ୍ୟ ପଦକ ବିଜେତା ରବି ଦହିୟା ମଧ୍ୟ ନିକଟରେ ଲଖନଉରୁ ଫେରିବା ସମୟରେ ହରିଦ୍ୱାରସ୍ଥିତ ଶିବ ମନ୍ଦିରରେ ଜଳାଭିଷେକ କରିଛନ୍ତି । ପୁଣି ସେ ସୋମବାର ଜମ୍ମୁରେ ମାତା ବୈଷ୍ଣୋଦେବୀ ଦର୍ଶନ କରିବା ସହିତ ଆଶୀର୍ବାଦ ନେଇଛନ୍ତି ।  ହରିୟାଣାର ସୋନିପତ ଜିଲ୍ଲା ନିବାସୀ ରବି ଦହିୟା ରବିବାର ନିଜ ଗାଁରେ ବାବା ଶମ୍ଭୁନାଥ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି । କୁହାଯାଉଛି ଯେ, ରାସ୍ତାରେ ରବିଙ୍କୁ ଦେଖି ଲୋକେ ଫଟୋ ଉଠାଇଥିଲେ । ଲୋକଙ୍କର ପ୍ରବଳ ଭିଡ଼ ହୋଇଥିଲା । ଭଗବାନଙ୍କୁ ଜଳାଭିଷେକ କରି ରବି ଦହିୟା ଏବେ ଚର୍ଚ୍ଚାରେ । ଏହି ପୂଜାର୍ଚ୍ଚନାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ତାଙ୍କୁ ଦେଖି କେହି କେହି କହୁଛନ୍ତି ବାହୁବଳୀ ।  ସୂଚନାଯୋଗ୍ୟ, ଗତ ୮ ତାରିଖରେ ଟୋକିଓରେ ଶେଷ ହୋଇଥିବା ଅଲିମ୍ପିକ୍ସରେ ରବି ଦହିୟା ୫୭କିଲୋ ଭାର ବର୍ଗର ଫ୍ରିଷ୍ଟାଇଲ କାଟାଗୋରିରେ ରୌପ୍ୟପଦକ ଜିତିଥିଲେ । ଏହି ବର୍ଗରେ ପଦକ ହାସଲ କରିବା ସେ ହେଉଛନ୍ତି ଦେଶର ୨ୟ ବ୍ୟକ୍ତି । 

Leave A Reply

Your email address will not be published.