ଆଫଗାନିସ୍ତାନ: ଭାରତକୁ ଆଜି ଆସିବେ ୧୮୦ ଜଣ

ନୂଆଦିଲ୍ଲୀ, ଅଗଷ୍ଟ ୨୬ : ତାଲିବାନୀ ଆତଙ୍କ ପରେ ଆଫଗାନିସ୍ତାନରେ ଦିନକୁ ଦିନ ସଂକଟ ବଢ଼ିବାରେ ଲାଗିଛି । ଗତ ୧୪ ତାରିଖ ଠାରୁ ଆଫଗାନିସ୍ତାନରୁ ଲୋକେ ଫେରିଯାଉଛନ୍ତି । ବିଭିନ୍ନ ଦେଶ ନିଜର ନାଗରିକଙ୍କୁ କାବୁଲ ବିମାନବନ୍ଦରରୁ ଉଦ୍ଧାର କରୁଛନ୍ତି । ଏହି କ୍ରମରେ ଭାରତ ମଧ୍ୟ ନିଜର ଅଭିଯାନ ଜାରି ରଖିଛି ।ଆଜି ଆଫଗାନିସ୍ତାନରୁ ୧୮୦ ଜଣ ଭାରତୀୟ ନାଗରିକ ବାୟୁ ସେନାର ବିମାନରେ ଦିଲ୍ଲୀ ପହଂଚିବାର ଆଶା କରାଯାଉଛି । ଅନ୍ୟପଟରେ ବ୍ରିଟେନ ନିଜ ଦେଶର ନାଗରିକଙ୍କୁ ଆଫଗାନିସ୍ତାନ ଯାତ୍ରା କରିବାକୁ ବାରଣ କରିଛି । ଫରେନ, କମନୱେଲ୍‌ଥ ଏବଂ ଡଭଲପମେଣ୍ଟ ଅଫିସ (ଏଫସିଡିଓ) ସମ୍ଭାବିତ ଆତଙ୍କବାଦୀ ଆକ୍ରମଣକୁ ଦୃଷ୍ଟିରେ ରଖି ବ୍ରିଟେନର ନାଗରିକଙ୍କ ପାଇଁ ନିଜର ଟ୍ରାଭେଲ ଆଡଭାଇଜରୀ ଜାରି କରିଛି । ବ୍ରିଟେନ ନିଜର ଆଡଭାଇଜରୀରେ କହିଛି, ଆଫଗାନିସ୍ତାନରେ ସୁରକ୍ଷା ସ୍ଥିତି ଅସ୍ଥିର ରହିଛି । ଆତଙ୍କବାଦୀ ଆକ୍ରମଣ ଲଗାତାର ବଢ଼ିବାରେ ଲାଗିଛି । ତେଣୁ ଏଭଳି ସ୍ଥିତିରେ ଲୋକେ କାବୁଲସ୍ଥିତ ହମୀଦ କର୍ଜାଇ ଅନ୍ତର୍ଜାତୀୟ ବିମାନବନ୍ଦରରକୁ ଯାତ୍ରା କରନ୍ତୁ ନାହିଁ । ଯଦି କେହି ବିମାନବନ୍ଦର ଅଂଚଳରେ ଅଛନ୍ତି, ତା’ହେଲେ ସୁରକ୍ଷିତ ସ୍ଥାନରେ ରୁହନ୍ତୁ ଏବଂ ଆଗାମୀ ପରାମର୍ଶକୁ ଅପେକ୍ଷା କରନ୍ତୁ ।      

Leave A Reply

Your email address will not be published.