ଭାରତରେ କରୋନା: ୨୪ ଘଣ୍ଟାରେ ୪୬,୩୯୭ ପଜିଟିଭ୍‌

ନୂଆଦିଲ୍ଲୀ, ଅଗଷ୍ଟ ୨୬ : କରୋନା ଭାଇରସ ସଂକ୍ରମଣ ଭାରତରେ ଉପରମୁହାଁ ହୋଇଥିବା ପରିଲକ୍ଷିତ ହୋଇଛିନ୍ତି । ନୂଆ ଆକ୍ରାନ୍ତଙ୍କ ତୁଳନାରେ ଅଧିକ ଲୋକ କରୋନାରୁ ସୁସ୍ଥ ହୋଇଛନ୍ତି । ବିଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୬ ହଜାର ୩୯୭ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିଲା ବେଳେ ୩୪ ହଜାର ୪୨୦ ଜଣ ସୁସ୍ଥ ହୋଇଛନ୍ତି । କିନ୍ତୁ ୬୦୮ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଗତ ୨୪ ଘଣ୍ଟା ପୂର୍ବରୁ ଭାରତରେ ୫୧ ହଜାର ୧୬ ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଥିଲେ । କିନ୍ତୁ ଆଶ୍ୱସ୍ତିକର ଖବରରେ ଏହି ସମୟ ମଧ୍ୟରେ ୫୫ ହଜାର ୯୪୮ ଜଣ କରୋନାରୁ ସୁସ୍ଥ ହୋଇଥିଲେ ଏବଂ ମୃତ୍ୟୁ ସଂଖ୍ୟା ୭୩୭ ଥିଲା । ତେବେ ଦେଶରେ ସଂକ୍ରମଣ ବଢ଼ିବାର ମୁଖ୍ୟ କାରଣ ହେଉଛି କେରଳ ଏବଂ ମହାରାଷ୍ଟ୍ର । ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୩୦ ପ୍ରତିଶତ ଲୋକ ଅଛନ୍ତି ।  କୋଭିଡ-୧୯ ଉପରେ ନଜର ରଖିଥିବା ୱେବସାଇଟ ୱାଲଡୋମିଟର ରିପୋର୍ଟ ଅନୁସାରେ ବିଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୪୦ ହଜାର ୩୨୫କୁ ବୃଦ୍ଧି ପାଇଛି । ଦେଶରେ କରୋନାରେ ସଂକ୍ରମିତଙ୍କ ସଂଖ୍ୟା ୩ କୋଟି ୨୫ ଲକ୍ଷ ୫୭ ହଜାର ୭୬୭ ହଜାର  ଥିବା ବେଳେ ମୃତ୍ୟୁ ସଂଖ୍ୟା  ୪ ଲକ୍ଷ ୩୬ ହଜାର ୩୯୬କୁ ବୃଦ୍ଧି ପାଇଥିବା କୁହାଯାଇଛି । କିନ୍ତୁ କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ରିପୋର୍ଟ ଆସିବା ପରେ ଦେଶରେ ବିଗତ ୨୪ ଘଣ୍ଟା ମଧ୍ୟରେ କରୋନାଜନିତ ମୃତ୍ୟୁ ଓ ସଂକ୍ରମିତଙ୍କ ସଠିକ ତଥ୍ୟ ଆସିବ । 

Leave A Reply

Your email address will not be published.