୩ୟ ଟେଷ୍ଟ: ଭାରତ ୭୮ ରନ୍‌ରେ ଅଲଆଉଟ୍‌

ଲିଡ୍‌ସ, ଅଗଷ୍ଟ ୨୬ : ଜେମ୍ସ ଆଣ୍ଡରସନଙ୍କ ନେତୃତ୍ୱରେ ଦ୍ରୁତବୋଲରମାନେ ଦମଦାର ପ୍ରଦର୍ଶନ କରିବା ଫଳରେ ଇଂଲଣ୍ଡ ୩ୟ କ୍ରିକେଟ ଟେଷ୍ଟ ମ୍ୟାଚରେ ବୁଧବାର ଭାରତକୁ ପ୍ରଥମ ପାଳିରେ କେବଳ ୭୮ ରନ୍‌ରେ ଅଲଆଉଟ୍ କରିଥିଲା । ଇଂଲଣ୍ଡ ଏହାର ଜବାବରେ ପ୍ରଥମ ଦିନ ଖେଳ ଶେଷ ହେବା ପର୍ଯ୍ୟନ୍ତ କୌଣସି ୱିକେଟ ନ ହରାଇ ୧୨୦ ରନ୍ କରିବା ସହିତ ୪୨ ରନ୍ ଅଗ୍ରଣୀ ଥିଲା । ଇଂଲଣ୍ଡ ପାଇଁ ହସୀବ ହମୀଦ ୧୩୦ଟି ବଲ ଖେଳି ୧୧ଟି ଚୌକା ବଳରେ ୬୦ ରନ୍ ଏବଂ ରୋରୀ ବର୍ନ୍ସ ୧୨୫ଟି ବଲ ଖେଳି ୫ଟି ଚୌକା ଏବଂ ଗୋଟିଏ ଛକା ବଳରେ ୫୨ ରନ୍ ସଂଗ୍ରହ କରିଥିଲେ ।  ଯେଉଁ ପିଚରେ ଭାରତୀୟ ବ୍ୟାଟ୍ସମ୍ୟାନମାନେ ୪୦.୪ ଓଭରରେ ଅଲଆଉଟ୍ ହୋଇଯାଇଥିଲେ, ସେଠାରେ ଇଂଲଣ୍ଡର ରୋରୀ ବନ୍ସ ଏବଂ ହମୀଦ ମିଶି ଦମଦାର ପ୍ରଦର୍ଶନ କରିଥିଲେ । ଭାରତୀୟ ବୋଲର ୱିକେଟ ନେବା ପାଇଁ ବ୍ୟସ୍ତ ହୋଇପଡୁଥିଲେ, ବି ଇଂଲଣ୍ଡ ବ୍ୟାଟ୍ସମ୍ୟାନ ଏହା କରିବାକୁ ସୁଯୋଗ ଦେଉ ନଥିଲେ । ଆଜି ଦ୍ୱିତୀୟ ଦିନରେ ମ୍ୟାଚ ଅପରାହ୍ନ ସାଢ଼େ ୩ଟାରେ ଆରମ୍ଭ ହେବ । ଇଂଲଣ୍ଡକୁ ନିୟନ୍ତ୍ରିତ କରିବା ପାଇଁ ଭାରତ ସବୁ ପ୍ରକାରର ଉଦ୍ୟମ କରିବ ।  ସୂଚନାଯୋଗ୍ୟ ଭାରତ ବିଗତ ୯ ମାସ ମଧ୍ୟରେ ୨ୟ ଥର ପାଇଁ ୧୦୦ରୁ କମ ରନ ସଂଗ୍ରହ କରିଛି । ଗତ ବର୍ଷ ଡିସେମ୍ବରରେ ଅଷ୍ଟ୍ରେଲିଆ ବିପକ୍ଷ ଆଡ଼ିଲେଡ ଟେଷ୍ଟରେ ଭାରତୀୟ ଟିମ ୨ୟ ପାଳିରେ କେବଳ ୩୬ ରନ୍‌ରେ ଅଲଆଉଟ ହୋଇଯାଇଥିଲେ, ଯାହାକି ଟିମ୍‌ର ଟେଷ୍ଟ ଇତିହାସରେ ସର୍ବନିମ୍ନ ସ୍କୋର ଥିଲା । ଲର୍ଡସରେ ବିପୁଳ ବିଜୟ ପରେ ଭାରତର ଗତ ୩୪ ବର୍ଷରେ ପ୍ରଥମ ଦିନ ଏହା ହେଉଛି ସର୍ବନିମ୍ନ ସ୍କୋର ।   

Leave A Reply

Your email address will not be published.