ଗଛରେ କାର୍ ମାଡ଼ ହୋଇ ଚାଲିଗଲା ଶିକ୍ଷୟତ୍ରୀଙ୍କ ଜୀବନ

କେନ୍ଦୁଝର , ଅଗଷ୍ଟ 28 : ଏମିତି ବି ଆସେ ମୃତ୍ୟୁ । ରାସ୍ତାରେ ଯାଉଥିବା ସମୟରେ ଗଛକୁ ଧକ୍କା ଦେଲା କାର୍ ଘଟଣାସ୍ଥଳରେ ପ୍ରାଣ ହରାଇଲେ ଜଣେ ଶିକ୍ଷୟତ୍ରୀ । ଏପରି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲାରେ । ସୂଚନା ଅନୁସାରେ, ପୁରୀରୁ ଜଣେ ଶିକ୍ଷୟତ୍ରୀ ଆଉ ଜଣେ ସହଯୋଗୀଙ୍କ ସହ କେନ୍ଦୁଝର ଫେରୁଥିଲେ ।  ଉଖୁଣ୍ଡା ଚମ୍ପୁଆ ରାସ୍ତାରେ ତାଙ୍କ କାର ଏକ ଗଛରେ ପିଟି ହୋଇଯାଇଥିଲା ।  ଘଟଣାସ୍ଥଳରେ ହି ଶିକ୍ଷୟତ୍ରୀ ପ୍ରାଣ ହରାଇଥିଲେ । ମୃତ ଶିକ୍ଷୟତ୍ରୀ ହେଲେ ମାନସୀ ପ୍ରଧାନ । ଏହା ସହ ଅନ୍ୟ ୨ ଜଣ ଆହତ ହୋଇଛନ୍ତି ଘଟଣାସ୍ଥଳରେ ହିଁ ଜୀବନ ହାରିଲେ ଶିକ୍ଷୟତ୍ରୀ । ଏହାସହ ଅନ୍ୟ ୨ ଗୁରୁତର ହୋଇଥିବା ଜଣାପଡିଛି ।ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

Leave A Reply

Your email address will not be published.