କାବୁଲ ବିମାନବନ୍ଦରରୁ ଲୋକଙ୍କୁ ଉଦ୍ଧାର କରିବା ସହ ହାଇ ଆଲର୍ଟ ରହିଛି ଆମେରିକୀୟ ସେନା

ୱାଶିଂଟନ, ଅଗଷ୍ଟ ୨୮ : ଆଫଗାନିସ୍ତାନର କାବୁଲ ବିମାନବନ୍ଦରରେ ଗୁରୁବାର ହୋଇଥିବା ଆତ୍ମଘାତୀ ବିସ୍ଫୋରଣ ପରେ ଆମେରିକୀୟ ଗୁଇନ୍ଦା ସଂସ୍ଥାର ଇନପୁଟ ଅଧିକ ଭୟ ବଢ଼ାଇ ଦେଇଛି । ଆମେରିକୀୟ ପ୍ରତିରକ୍ଷା ମନ୍ତ୍ରାଳୟ ପେଣ୍ଟାଗନ ଚେତାବନୀ ଦେଇଛି ଯେ, କାବୁଲ ବିମାନବନ୍ଦରରେ ପୁଣି ଆତଙ୍କବାଦୀ ଆକ୍ରମଣ ହୋଇପାରେ । ଏହି ସୂଚନା ମିିଳିବା ପରେ ବିମାନବନ୍ଦରର ସୁରକ୍ଷା ପାଇଁ ମୁତୟନ ଥିବା ଆମେରିକୀୟ ସେନାକୁ ହାଇ ଆଲର୍ଟ କରିଦିଆଯାଇଛି । ଦିନକ ପୂର୍ବରୁ ହୋଇଥିବା ବିସ୍ଫୋରଣରେ ୧୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି । ଏଥିରେ ୧୩ ଜଣ ଆମେରିକୀୟ ସୈନିକ ମଧ୍ୟ ଅଛନ୍ତି ।  ପେଣ୍ଟାଗନର ମୁଖପାତ୍ର ଜନ କିର୍ବୋ କହିଛନ୍ତି, ଆମେରିକାର କହିବା ଅନୁସାରେ ବିମାନବନ୍ଦରର ବିରୋଧରେ ଏବେବି ବିଶିଷ୍ଟ, ବିଶ୍ୱସନୀୟ ବିପଦ ରହିଛି । ଆମେ ନିଶ୍ଚିତ ଭାବେ ପ୍ରସ୍ତୁତ ଏବଂ ଭବିଷ୍ୟତ ପାଇଁ ଉଦ୍ୟମ କରିବା । ସେ କହିଛନ୍ତି ଯେ, ଆମେ ଏହି ଆସନ୍ନ ବିପଦ ଉପରେ ନଜର ରଖିଛୁ । ବାସ୍ତବିକ ସମୟରେ ଆମେ ଆମର ସେନାଙ୍କୁ ଆଲର୍ଟ ରଖିଛୁ । ମଙ୍ଗଳବାର ପର୍ଯ୍ୟନ୍ତ ଆଫଗାନିସ୍ତାନରୁ ଆମେରିକା ସେନାକୁ ଫେରାଇ ଆଣିବା ନେଇ ରାଷ୍ଟ୍ରପତି ଜୋ ବାଇଡେନଙ୍କ ସମୟ ସୀମା ପୂର୍ବରୁ ଏବଂ ଆକ୍ରମଣର ଆଶଙ୍କାକୁ ଦୃଷ୍ଟିରେ ସୁରକ୍ଷା ବଢ଼ାଇ ଦିଆଯାଇଛି ।   

Leave A Reply

Your email address will not be published.