ପାରାଲିମ୍ପିକ୍ସ: ଟେବୁଲ ଟେନିସ୍‌ର ଫାଇନାଲରେ ଭାବିନା ପଟେଲ

ଟୋକିଓ, ଅଗଷ୍ଟ ୨୮ : ଜାପାନର ରାଜଧାନୀ ଟୋକିଓରେ ଜାରି ଥିବା ପାରାଲିମ୍ପିକ୍ସରେ ଭାରତର ଭାବିନା ପଟେଲ ଇତିହାସ ରଚିଛନ୍ତି । ସେ ମହିଳା ଟେବୁଲ ଟେନିସର ଏକକରେ ଫାଇନାଲରେ ପ୍ରବେଶ କରି ଏବେ ସ୍ୱର୍ଣ୍ଣ ପଦକ ପାଇବା ଆଶାରେ ରହିଛନ୍ତି । ଭାବିବାନ ସେମିଫାଇନାଲରେ ପ୍ରବେଶ କରିବା ପରେ ତାଙ୍କର ଅତିକମରେ ଏକ ପଦକ ସୁନିଶ୍ଚିତ ହୋଇଯାଇଥିଲା । କିନ୍ତୁ ସେ ଏବେ ଫାଇନାଲରେ ପ୍ରବେଶ କରିଥିବାରୁ ସ୍ୱର୍ଣ୍ଣ ପଦକ ଆଶା ନେଇ ନିଜର ପ୍ରତିଦ୍ୱନ୍ଦ୍ୱୀଙ୍କୁ ମୁକାବିଲା କରିବେ । ଶନିବାର ଟୋକିଓ ଖେଳରେ ମହିଳା ଏକକ କ୍ଲାସ୪ ବର୍ଗର ସେମିଫାଇନାଲ ମ୍ୟାଚରେ ଭାବିନା ଚୀନର ଝାଙ୍ଗ ମିୟାଓଙ୍କୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛନ୍ତି । ସେ ଚୀନ ପ୍ରତିଦ୍ୱନ୍ଦୀଙ୍କୁ ୭-୧୧,୧୧-୭, ୧୧-୪, ୯-୧୧, ୧୧-୮ରେ ପରାସ୍ତ କରିଛନ୍ତି । ସେମିଫାଇନାଲରେ ବିଜୟୀ ହେବା ପରେ ୩୪ ବର୍ଷୀୟ ଭାବିନା କହିଛନ୍ତି ଯେ, ଅଗଷ୍ଟ ୨୯ରେ ଫାଇନାଲ ମୁକାବିଲା ପାଇଁ ଓହ୍ଲାଇବେ । ଚୀନର ଝାଉଁ ୟିଙ୍ଗକୁ ସେ ମୁକାବିଲା କରିବେ । ଏହି ମୁକାବିଲା ଭାରତୀୟ ସମୟ ସକାଳ ୭ଟା ୧୫ରେ ହେବ ।   

Leave A Reply

Your email address will not be published.