ଅଭିନେତା ବବି ମିଶ୍ରଙ୍କ ନାଁରେ ସଙ୍ଗୀନ ଅଭିଯୋଗ

ଭୁବନେଶ୍ୱର, ଅଗଷ୍ଟ 28 : ଦର୍ଶକଙ୍କ ମନରେ ଜାଗା କରିଥିବା ଓଡ଼ିଆ ଅଭିନେତା ବବି ମିଶ୍ର ଏବେ ନୟାପଲ୍ଲୀ ଥାନାରେ । ତାଙ୍କ ନାଁରେ ସଂଙ୍ଗୀନ୍ ଅଭିଯୋଗ ଆଣିଛନ୍ତି ତାଙ୍କ ପଡ଼ୋଶୀ । ସେ ମଧ୍ୟ ଘରୋଇ ଟିଭି ଚ୍ୟାନେଲ୍‌ରେ କାମ କରୁଥିବା ଜଣାପଡ଼ିଛି ।  ସୁଚନା ଅନୁସାରେ ଗତକାଲି ରାତିରେ ଗାଡ଼ି ପାର୍କିଙ୍ଗ କରିବାକୁ ନେଇ ଦୁଇ ଜଣଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଏହା ପରେ ଅଭିନେତା ବବି ମିଶ୍ର ମଦ ପିଇ ତାଙ୍କୁ ଗାଳି ଗୁଲଜ କରିବା ସହ ଗୁଣ୍ଡା ଲଗାଇ ମାରିବାକୁ ମଧ୍ୟ ଧମକ ଦେଇଥିଲେ । କେବଳ ଏତିକି ନୁହେଁ ତାଙ୍କ ପଡ଼ୋଶୀଙ୍କ ସ୍ତ୍ରୀକୁ ମଧ୍ୟ ବାହା ହେବା ପାଇଁ ଜିଦ୍ କରିଥିଲେ । କିନ୍ତୁ ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି ବବି ମିଶ୍ର କହିଛନ୍ତି ମୁଁ କୌଣସି ଗୁଣ୍ଡାକୁ ଜାଣେନାହିଁ ,ଆଉ ଏପରି ଧମକ ମୁଁ ଦେଇନାହିଁ । ତେବେ ଆଜି ସକାଳୁ ଦୁଇ ଜଣ ନୟାପଲ୍ଲୀ ଥାନାରେ ପହଂଚିଛନ୍ତି ଏହା ସହ ପୋଲିସ୍ ମଧ୍ୟ ବବି ମିଶ୍ରଙ୍କ ଅଟକାଇ ପଚରାଉଚରା କରିଛି ।

Leave A Reply

Your email address will not be published.