ତୃତୀୟ ଲହରର କାରଣ ହୋଇପାରେ କେରଳ

ନୂଆଦିଲ୍ଲୀ, ଅଗଷ୍ଟ ୨୮ : ଆସନ୍ତା ମାସଠାରୁ କରୋନା ମହାମାରୀର ତୃତୀୟ ଲହର ଆରମ୍ଭ ହୋଇଯିବ । ଏନେଇ ବିଶେଷଜ୍ଞମାନେ ଆଶଙ୍କା କରିଛନ୍ତି । ଦ୍ୱିତୀୟ ଲହର ସଂକ୍ରମଣ କମୁଥିବାରୁ ଲୋକମାନେ ଆଶ୍ୱସ୍ତି ଲାଭ କରିଥିବା ବେଳେ ତୃତୀୟ ଲହରର ଭୟ ଦେଖାଦେଇଛି ।  ଏହି ସମୟରେ ବିଭିନ୍ନ ରାଜ୍ୟରେ କୋଭିଡ୍ ମାମଲା ନିୟନ୍ତ୍ରଣରେ ରହିଥିବା ବେଳେ କେରଳରେ ସଂକ୍ରମଣ ଭୟଙ୍କର ସ୍ଥିତିରେ ରହିଛି । କେରଳରେ କରୋନା ଗ୍ରାଫ୍ ଡରାଇବାକୁ ଲାଗିଲାଣି । ତେବେ ଗତ ୨୪ ଘଣ୍ଟା ମଧ୍ୟରେ କେରଳରେ ୩୨ ହଜାର ୮୦୧ ମାମଲା ଚିହ୍ନଟ ହୋଇଛି । ଏହାସହିତ ୧୭୯ ଜଣଙ୍କ ମୃତ୍ୟୁ ହୋଇଛି । ମାତ୍ର ଦେଶରେ ଟିକାକରଣ ପ୍ରକ୍ରିୟା ଜାରି ରହିଥିବାରୁ ଗୋଟିଏ ଆଶ୍ୱସ୍ତି ପ୍ରଦାନ କରିଛି ।  କେଳରେ କୋଭିଡ୍ ସଂକ୍ରମଣ ନିୟନ୍ତ୍ରଣାଧୀନ ହୋଇପାରୁନାହିଁ ତେଣୁ କେନ୍ଦ୍ର ଓ ରାଜ୍ୟ ସରକାର ଏବେ ଚିନ୍ତା ପ୍ରକଟ କରିଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁସାରେ, ଭାରତରେ ଗତ ୨୪ ଘଣ୍ଟାରେ ୪୬ ହଜାର ୭ ଶହ ୫୯ଟି ନୂଆ ମାମଲା ଚିହ୍ନଟ ହୋଇଛି । ସେଥିିମଧ୍ୟରୁ ୫୦୯ ଜଣଙ୍କର ମୃତ୍ୟୁ ହୋଇଛି ।

Leave A Reply

Your email address will not be published.