ଇ-ଯାନ ଉପରେ ରିହାତି ଘୋଷଣା କଲେ ରାଜ୍ୟ ସରକାର

ଭୁବନେଶ୍ୱର, ଅଗଷ୍ଟ ୨୮ : ଇ-ଯାନ କ୍ରୟ ଉପରେ ରିହାତି ଘୋଷଣା କଲେ ରାଜ୍ୟ ସରକାର । ଏଣିକି ଇ-ଯାନ କିଣିଲେ ମିଳିବ ଆକର୍ଷଣୀୟ ରିହାତି । ତେବେ ଏହି ଇ-ଯାନ ନୀତି ପ୍ରଦୂଷଣ ରୋକିବାରେ ସହାୟକ ହେବ ବୋଲି ପରିବହନ ମନ୍ତ୍ରୀ କହିଛନ୍ତି । ଇ-ଯାନ ନୀତିକୁ ନେଇ ଗତକାଲି କ୍ୟାବିନେଟ୍‌ରେ ନିଷ୍ପତି ହୋଇଥିବା ବେଳେ ଲୋକମାନଙ୍କ ମଧ୍ୟରେ ପ୍ରଦୂଷଣ ରୋକିବା ଓ ଇ-ଯାନ ବ୍ୟବହାର ଉପରେ ଲୋକ ମାନଙ୍କ ସଚେତନତା ବଢାଇବା ପାଇଁ ରାଜ୍ୟ ସରକାର ଆଜି ଏହି ରିହାତି ଘୋଷଣା କରିଥିବା ଜଣାପଡିଛି । ତେବେ ଦୁଇ ଚକିଆ ଇ-ଯାନ କିଣିଲେ ୫ ଜାର ଯଙ୍କା ପର୍ଯ୍ୟନ୍ତ ରିହାତିର ଘୋଷଣା କରିଛନ୍ତି ରାଜ୍ୟ ସରକାର । ସେହିଭଳି ୩ ଚକିଆ ଯାନ ପାଇଁ ୧୦ ହଜାର ଓ ୪ ଚକିଆ ଇ-ଯାନ କ୍ରୟ ଉପରେ ୫୦ ହଜାର ଟଙ୍କାର ରିହାତି ଘୋଷଣା କରାଯାଇଛି ।ଏହା ସହିତ ନନ୍ ଏସି ଇ-ବସ୍ କ୍ରୟ ଉପରେ ରାଜ୍ୟ ସରକାରଙ୍କ ପକ୍ଷରୁ ୨ ଲକ୍ଷ ଟଙ୍କାର ରିହାତି ଘୋଷଣା କରାଯାଇଥିବା ବେଳେ ଏସି ଡିଲକ୍ସ ଇ-ବସ୍ କ୍ରୟ ଉପରେ ୪ ଲକ୍ଷ ଟଙ୍କା ପର୍ଯ୍ୟନ୍ତି ରିହାତି ମିଳିବ ।

Leave A Reply

Your email address will not be published.