ବଳାତ୍କାର ପୀଡିତାଙ୍କୁ ଆତ୍ମହତ୍ୟା କରିବାକୁ ଉସକାଇଥିବା ଅଭିଯୋଗରେ ଗିରଫ ହେଲେ ପୂର୍ବତନ ଆଇପିଏସ୍

ନୂଆଦିଲ୍ଲୀ, ଅଗଷ୍ଟ 28 : ଦିଲ୍ଲୀରେ ବଳାତ୍କାର ପୀଡିତାଙ୍କୁ ଆତ୍ମହତ୍ୟା କରିବାକୁ ଉସକାଇଥିବା ଅଭିଯୋଗରେ ଗିରଫ ହେଲେ ପୂର୍ବତନ ଆଇପିଏସ୍ ଅମିତାଭ ଠାକୁର । ତାଙ୍କୁ ୟୁପି ପୋଲିସ୍ ବଳପୂର୍ବକ ଭାବରେ ଲକ୍ଷ୍ନୌେରେ ଥିବା ତାଙ୍କ ବାସଭବନରୁ ଗିରଫ କରାଯାଇଛି।  ଅମିତାଭ ଠାକୁରଙ୍କୁ ପୋଲିସ ବଳପୂର୍ବକ ଉଠାଇ ନେଇଥିବାର ଭିଡିଓ ଏବେ ସାମ୍‌ନାକୁ ଆସିଛି। ସେ ଏହାକୁ ବିରୋଧ କରି ଖୁବ୍ ଜୋରରେ ପାଟି କରୁଥିବା ମଧ୍ୟ ଦେଖିବାକୁ ମିଳିଛି।  ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଶୁଣିବାକୁ ମିଳିଛି ଯେ ଯଦି ମୋତେ ଏଫଆଇଆର୍ ର କପି ନ ଦିଆଯାଏ ତେବେ ମୁଁ ଯିବି ନାହିଁ ବୋଲି ସେ ଚିତ୍କାର କରି କହୁଛନ୍ତି। ଏହା ପରେ ତାଙ୍କୁ ଟେକି ଗାଡିରେ ଭତର୍ତି କରାଯାଇଥିବା ଦେଖିବାକୁ ମିଳିଛି।

Leave A Reply

Your email address will not be published.