ବଙ୍ଗୋପସାଗରର ଉତ୍ତର-ପଶ୍ଚିମ ଉପକୂଳରେ ଦାନା ବାନ୍ଧିଛି ଘୁର୍ଣ୍ଣିବଳୟ

ଭୁବନେଶ୍ୱର, ଅଗଷ୍ଟ 28 : ବଙ୍ଗୋପସାଗରେ  ଲଘୁଚାପ । ବଙ୍ଗୋପସାଗରର ଉତ୍ତର-ପଶ୍ଚିମ ତଥା ପଶ୍ଚିମବଙ୍ଗ ଉପକୂଳରେ ଦାନା ବାନ୍ଧିଛି ଘୁର୍ଣ୍ଣିବଳୟ । ଏହା ପ୍ରଭାବରେ ୨ରୁ ୩ ଦିନ  ପ୍ରବଳ ବର୍ଷା ହୋଇ ପାରେ।  ପାଣିପାଗ ବିଭାଗ କହିଛି ଯେ, ରାଜ୍ୟର  ଦକ୍ଷିଣ ପ୍ରାନ୍ତରେ ପ୍ରବଳ ବର୍ଷା ହେବ ।  ସେହିପରି ୨୨ ଜିଲ୍ଳାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।   କୋରାପୁଟ, ମାଲକାନଗିରି,ଗଞ୍ଜାମ, ଗଜପତି, କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା ଓ ନବରଙ୍ଗପୁରରେ ପ୍ରବଳ ବର୍ଷା ହୋଇପାରେ ।ଉପକୂଳ ଓଡିଶାର ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ଅନୁଗୁଳ, ବୌଦ୍ଧ ଏବଂ ନୟାଗଡ଼ ଜିଲ୍ଲାରେ ମଧ୍ୟ ବର୍ଷା ହୋଇପାରେ ବୋଲି ଆକଳନ କାରାଯାଇଛି ।ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି ।

Leave A Reply

Your email address will not be published.