ଏସସିବିରେ ଆରମ୍ଭ ହେଲା ECMO ଚିକିତ୍ସା

କଟକ, ଅଗଷ୍ଟ ୨୯ : ଆରମ୍ଭ ହେଲା କଟକ ବଡ଼ ମେଡିକାଲରେ ଇକ୍‌ମୋ ଚିକିତ୍ସା । ଗତ ଶୁକ୍ରବାର ମୁଖ୍ୟମନ୍ତ୍ରୀ ଏସସିବିରେ ୯ ଟି ଇକ୍‌ମୋ ୟୁନିଟ୍ର ଉଦଘାଟନ କରିଥିବା ଗତ କାଲି ଠାରୁ ଏସସିବିରେ ପ୍ରଥମ ଥର ପାଇଁ ଆରମ୍ଭ ହୋଇଛି ଇକ୍‌ମୋ ଚିକିତ୍ସା । ସୂଚନା ଅନୂସାରେ କଟକ ନିଶ୍ଚିତକୋଇଲିର ଜଣେ କୋଭିଡ୍ ଆକ୍ରାନ୍ତ ମହିଳାଙ୍କୁ ଏସସିବିରେ ପ୍ରଥମ ଇକ୍‌ମୋ ଯୋଗାଇ ଦିଆଯାଇଛି । ଗତ କିଛି ଦିନ ହେବ ମହିଳା ଜଣଙ୍କ ଭେଣ୍ଟିଲେଟରରେ ରହିଥିବା ବେଳେ ଡାକ୍ତରଙ୍କ ପରାମର୍ଶ କ୍ରମେ ମହିଳା ଜଣଙ୍କୁ ଇକ୍‌ମୋ ପାଇଁ ରେଫର କରାଯାଇଛି । ଗତ କାଲି ବିଳମ୍ବିତ ରାତିରେ ମହିଳାଙ୍କ ଇକ୍‌ମୋ ଚିକିତ୍ସା ଆରମ୍ଭ କରାଯାଇଛି । ତେବେ ଏହାପରେ ଏସସିବିରେ କାହାକୁ ଇକ୍‌ମୋ ଚିକିତ୍ସା ମିଳିବ ରୋଗୀ ଚୟନ କରିବାକୁ ସ୍ୱତନ୍ତ୍ର ଡାକ୍ତାରୀ ଟିମ୍ ଗଠନ କରାଯାଇଛି ।

Leave A Reply

Your email address will not be published.