ଆସାମରେ ବନ୍ୟା

ଗୁଆହାଟୀ, ଅଗଷ୍ଟ ୨୯ : ପ୍ରବଳ ବର୍ଷା ଯୋଗୁଁ ଆସାମରେ ବନ୍ୟା ସୃଷ୍ଟି ହୋଇଛି । ରାଜ୍ୟର ୧୫ଟି ଜିଲ୍ଲାରେ ବନ୍ୟା ଲୋକଙ୍କ ପାଇଁ ଦାଉ ସାଜିଛି । ଫଳରେ ୨ କୋଟି ୨୫ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ପ୍ରଭାବିତ ହୋଇଛନ୍ତି । ଆସାମ ସମେତ ଅରୁଣାଚଳ ପ୍ରଦେଶର କିଛି ଅଂଚଳରେ ବିଗତ କିଛି ଦିନ ହେବ ବର୍ଷା ହୋଇଥିବାରୁ ବ୍ରହ୍ମପୁତ୍ର ନଦୀର ଜଳସ୍ତର ବଢ଼ିବାରେ ଲାଗିଛି । କିଛି ସ୍ଥାନରେ ବ୍ରହ୍ମପୁତ୍ର ବିପଦ ସଂକେତ ଟପିଛି । 

gpkandhamal

ଆସାମ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ କହିବା ଅନୁସାରେ ୧୫ଟି ଜିଲ୍ଲା ଯଥା- ବାକସା, ବରପେଟା, ବିଶ୍ୱନାଥ, ବୋଙ୍ଗଇଗାଁ, ଚିରାଙ୍ଗ, ଧେମଜୀ, ଡେବ୍ରିଗଡ଼, ଗୋଲଘାଟ, ଜୋରହାଟ, ଲକ୍ଷ୍ମୀପୁର, ମାଜୁଲି, ମୋରିଗାଁ, ଶିବସାଗର, ସୋନିତପୁର ଓ ତିନିଶୁକିଆ ଜିଲ୍ଲାରେ ୨ ଲକ୍ଷ ୨୫ ହଜାର ଲୋକ ବନ୍ୟା ଯୋଗୁଁ ପ୍ରଭାବିତ ହୋଇଛନ୍ତି । 

Umasankar Adv

ବନ୍ୟା ଯୋଗୁଁ ୫୦୦ରୁ ଊର୍ଦ୍ଧ୍ୱ ଗାଁ ଜଳମଗ୍ନ ହୋଇଥିବା ବେଳେ ୩୪ଟି ରାଜସ୍ୱ ଅଂଚଳ ପାଣି ଭିତରେ ଅଛି । ୧୬ ହଜାର ୩୩୮ ହେକ୍ଟର ଚାଷ ଜମି ବନ୍ୟାପାଣି ଭିତରେ ବୁଡ଼ି ରହିଛି । ସରକାର ୨୫ଟି ସ୍ଥାନରେ ଖୋଲା ରିଲିଫ କେନ୍ଦ୍ର କରିଥିବା ବେଳେ ୩୭ଟି ରିଲିଫ ବଣ୍ଟନ କେନ୍ଦ୍ର କରିଛନ୍ତି । ସେହିଭଳି ୭୦୦୦ ଲୋକଙ୍କୁ ଆଶ୍ରୟ ସ୍ଥଳୀରେ ରଖାଯାଇଛି ।

Leave A Reply

Your email address will not be published.