ଆରଆଇ ପରୀକ୍ଷାରେ ବ୍ରିଭାଟ

ଭୁବନେଶ୍ୱର, ଅଗଷ୍ଟ ୨୯ : ରାଜ୍ୟରେ ହେଉଥିବା ଆରଆଇ ପରୀକ୍ଷାରେ ବ୍ୟାପକ ଅନିୟମିତତା ଦେଖିବାକୁ ମିଳିଛି । ଓଏସଏସଏସସି ପକ୍ଷରୁ ଏହି ପରୀକ୍ଷା ଆୟୋଜିତ ହେଉଛି । ମାତ୍ର ଏଥିରେ ଶତାଧିକ ପରୀକ୍ଷାର୍ଥୀ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ।  ସୂଚନା ଅନୁସାରେ ଆଡମିଟ କାର୍ଡରେ ଯେଉଁ ପରୀକ୍ଷା ସେଣ୍ଟର ଲେଖାଯାଇଛି ସେଠାରେ ପରୀକ୍ଷା ହୋଇନଥିବା କାରଣରୁ ଏଭଳି ବିଭ୍ରାଟ ହୋଇଛି । ପରୀକ୍ଷାର୍ଥୀଙ୍କ ଆଡମିଟ କାର୍ଡରେ ଟିଟିଲାଗଡ ସରକାରୀ ମହିଳା ମହାବିଦ୍ୟାଳୟ ଲେଖାଯାଇଥିବା ବେଳେ ସେଠାରେ କିନ୍ତୁ ପରୀକ୍ଷା ପାଇଁ କୌଣସି ବ୍ୟବସ୍ଥା ହୋଇନାହିଁ । ତେବେ ଟିଟଲାଗଡର ସରକାରୀ ମହିଳା ମହାବିଦ୍ୟାଳୟରେ ସେଣ୍ଟର ହୋଇନଥିବା ନେଇ କଲେଜ ଅଧ୍ୟକ୍ଷ ପ୍ରକାଶ କରିଛନ୍ତି ।  ଯାହା ଫଳରେ ପରୀକ୍ଷା ପାଇଁ ଆସିିଥିବା ପରୀକ୍ଷାର୍ଥୀମାନେ ନିରାଶ ହୋଇଥିବା ଦେଖିବାକୁ ମିଳିଛି । ସେପଟେ ଘଟଣାସ୍ଥଳରେ ଟିଟଲାଗଡ ଉପଜିଲ୍ଲାପାଳ ଓ ପୋଲିସ ପହଞ୍ଚି ପରୀକ୍ଷାର୍ଥୀଙ୍କୁ ବୁଝାସୁଝା କରୁଛନ୍ତି । 

Leave A Reply

Your email address will not be published.