୨ ଦିନିଆ କନ୍ଧମାଳ ଗସ୍ତରେ ମୁଖ୍ୟ ଶାସନ ସଚିବ

କନ୍ଧମାଳ, ଅଗଷ୍ଟ ୨୯ : ଦୁଇ ଦିନିଆ କନ୍ଧମାଳ ଗସ୍ତରେ ଓଡିସା ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ଶନିବାର ଅପରାହ୍ନରେ କାର୍ ଯୋଗେ ଫୁଲବାଣୀ ସର୍କିଟ୍ ହାଉସରେ ପହଞ୍ଚିଛନ୍ତି । ରବିବାର ଫୁଲବାଣୀରେ ହେବାକୁ ଥିବା ମେଡିକାଲ କଲେଜର ନିର୍ମାଣ କାର୍ଯ୍ୟରେ ଯୋଗ ଦେବେ ।  ଏହାସହିତ ସ୍ମାର୍ଟ ସ୍କୁଲ, ଫୁଲବାଣୀ ଡାକ୍ତରଖାନାରେ ଥିବା ଅକ୍ସିଜେନ ପ୍ଲାଣ୍ଟ ଏବଂ ଅନ୍ୟାନ୍ୟ ଉନ୍ନୟନ ମୂଳକ କାର୍ଯ୍ୟଗୁଡିକ ବୁଲି ଦେଖିବେ । ପରେ ଅପରାହ୍ନରେ ଭୁବନେଶ୍ୱର ଫେରିଯିବାର କାର୍ଯାକ୍ରମ ରହିଛି ।  ତେବେ ଶନିବାର ଫୁଲବାଣୀ ଉପକଣ୍ଠ ସାର୍ତାଗୁଡାରେ ନବନିର୍ମିତ ବୃଦ୍ଧାଶ୍ରମ ମୁଖ୍ୟ ଶାସନ ସଚିବ ବୁଲି ଦେଖିଥିଲେ । ସନ୍ଧ୍ୟା ସମୟରେ ଫୁଲବାଣୀ ଜିଲ୍ଲା ପରିଷଦ ସଭାଗୃହରେ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କୁ ନେଇ ଜିଲ୍ଲାରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ ।

Leave A Reply

Your email address will not be published.