ରାଉରକେଲା ଗସ୍ତରେ ପୋଲିସ ଡିଜି

ରାଉରକେଲା, ଅଗଷ୍ଟ ୨୯ : ରାଉରକେଲା ଗସ୍ତ କରିବେ ପୋଲିସ ଡିଜି ଅଭୟ । ରବିବାର ପୋଲିସ ଡିଜି ଅଭୟ ରାଉରକେଲା ଯିବାର କାର୍ଯ୍ୟକ୍ରମ ରହିଛି । ଅଭୟ ସିଭିକ୍ ସେଣ୍ଟରରେ ଏକ ସମ୍ମାନୀତ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିବେ ।  ଏହି କାର୍ଯ୍ୟକ୍ରମରେ କୋଭିଡ ସମୟରେ ଜୀବନ ଯୁଦ୍ଧରେ ହାରିଯାଇଥିବା କୋଭିଡ୍ ଯୋଦ୍ଧାଙ୍କ ପରିବାରକୁ ସମ୍ମାନୀତ କରିବାର କାର୍ଯ୍ୟକ୍ରମ ରହିଛି । ତେବେ ବରଗଡ, ସମ୍ବଲପୁର, ଝାରସୁଗୁଡା, ସୁନ୍ଦରଗଡ, ରାଉରକେଲା ଓ କେନ୍ଦୁଝର ଆଦି ୬ ଜିଲ୍ଲାରେ ପ୍ରାଣ ହରାଇଥିବା କୋଭିଡ ଯୋଦ୍ଧାଙ୍କ ପରିବାର ବର୍ଗ ଏହି କାର୍ଯ୍ୟକ୍ରମରେ ସାମିଲ ହେବେ । ୬ ଜିଲ୍ଲାର ମୋଟ ୪୪ଜଣଙ୍କୁ ଡିଜିପି ସମ୍ମାନୀତ କରିବେ ବୋଲି ଜଣାପଡିଛି । 

Leave A Reply

Your email address will not be published.